ବାରବାଟୀରେ ଅଫ ଲାଇନ ଟିକେଟ ବିକ୍ରି,ଓସିଏ ପକ୍ଷରୁ ୩ କାଉଣ୍ଟର
କଟକ : ଆସନ୍ତା ୯ତାରିଖ ରବିବାର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ୩ଟି କାଉଣ୍ଟରରେ ଟିକେଟ ବିକ୍ରି ବ୍ୟବସ୍ଥା କରାଯାଇଛି । ଟିକେଟ କିଣିବା ଲାଗି କାଉଣ୍ଟରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଗତକାଲି ରାତିରୁ କ୍ରିକେଟ ପ୍ରେମୀ ଲାଇନ୍ ଲଗାଇଛନ୍ତି। ଟିକେଟ ପାଇଁ ରାତି ସାରା ଧାଡି ବାନ୍ଧି ଉଜାଗର ରହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଟିକେଟ ପାଇଁ ଧାଡ଼ି ଲମ୍ଵାଇଛନ୍ତି। […]
କଟକ : ଆସନ୍ତା ୯ତାରିଖ ରବିବାର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ୩ଟି କାଉଣ୍ଟରରେ ଟିକେଟ ବିକ୍ରି ବ୍ୟବସ୍ଥା କରାଯାଇଛି । ଟିକେଟ କିଣିବା ଲାଗି କାଉଣ୍ଟରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
ଗତକାଲି ରାତିରୁ କ୍ରିକେଟ ପ୍ରେମୀ ଲାଇନ୍ ଲଗାଇଛନ୍ତି। ଟିକେଟ ପାଇଁ ରାତି ସାରା ଧାଡି ବାନ୍ଧି ଉଜାଗର ରହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଟିକେଟ ପାଇଁ ଧାଡ଼ି ଲମ୍ଵାଇଛନ୍ତି। ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍ ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ ବନ୍ଧା ଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାନୁସାରେ,ମଙ୍ଗଳବାର ସଂଧ୍ୟା ସୁଦ୍ଧା ଓସିଏ ସହ ଅନୁବନ୍ଧିତ ୭୦ରୁ ଅଧିକ ଅନୁଷ୍ଠାନ ଏବଂ ଓସିଏ କର୍ମକର୍ତ୍ତାଙ୍କ ପାଇଁ ଟିକେଟ ବିକ୍ରି ସରିଯାଇଛି। ଏମାନଙ୍କ ଲାଗି ପାଖାପାଖି ୯ ହଜାର ଟିକେଟ ବିକ୍ରି ପାଇଁ ରହିଥିଲା। ୨ତାରିଖରେ ଅନ୍ଲାଇନରେ ୪ହଜାର ଟିକେଟ ବିକ୍ରି ହୋଇଥିଲା। ଆଜିଠାରୁ ଦୁଇଦିନ ଧରି ଷ୍ଟାଡିୟମ କାଉଣ୍ଟର୍ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯାଉଛି। ବାରବାଟୀ ଷ୍ଟାଡିୟମ୍ର ଦର୍ଶକ କ୍ଷମତା ୪୪୫୭୪ ରହିଥିବା ବେଳେ ସେଥିମଧ୍ୟରୁ ୨୪୬୯୨ ଟିକେଟ ବିକ୍ରି ପାଇଁ ରହିଥିଲା।




