ବିକ୍ରି ହେବ ଅର୍ପଣ ଚାଉଳ
ପୁରୀ : ଶ୍ରୀମନ୍ଦିର ରେ ଗଛିତ ଥିବା ଅର୍ପଣ ଚାଉଳ ବିକ୍ରି ହେବ । କୌଣସି ମିଲର କିମ୍ବା ବ୍ୟକ୍ତି ଚାହିଁଲେ ଏହାକୁ କିଣି ପାରିବେ । ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ବିକ୍ରି ହେବ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ସ୍ପଟ ଭିଜିଟ କରି ଟେଣ୍ଡର ମାଧ୍ୟମରେ କୌଣସି ମିଲର କିମ୍ବା ବ୍ୟକ୍ତି ଅର୍ପଣ ଚାଉଳ କିଣି ପାରିବେ । ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର […]
ପୁରୀ : ଶ୍ରୀମନ୍ଦିର ରେ ଗଛିତ ଥିବା ଅର୍ପଣ ଚାଉଳ ବିକ୍ରି ହେବ । କୌଣସି ମିଲର କିମ୍ବା ବ୍ୟକ୍ତି ଚାହିଁଲେ ଏହାକୁ କିଣି ପାରିବେ । ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ବିକ୍ରି ହେବ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ସ୍ପଟ ଭିଜିଟ କରି ଟେଣ୍ଡର ମାଧ୍ୟମରେ କୌଣସି ମିଲର କିମ୍ବା ବ୍ୟକ୍ତି ଅର୍ପଣ ଚାଉଳ କିଣି ପାରିବେ । ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।
ଅର୍ପଣ ଚାଉଳକୁ ବିକ୍ରି କରି ଏହି ଟଙ୍କାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା କରାଯିବ । ଅର୍ପଣ ଚାଉଳକୁ ଖେଚୁଡ଼ି ଓ କାନିକା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିବା ପରେ ଶ୍ରଦ୍ଧାଳୁଙ୍କୁ ବାଣ୍ଟିବା ନିଷ୍ପତ୍ତିରୁ ଓହରି ଯାଇଛି ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ପଣ ଚାଉଳକୁ ନେଇ ପଠାଯାଇଥିବା ପ୍ରସ୍ତାବକୁ ନୂଆ ବିଜେପି ସରକାର ବିଚାର ବିମର୍ଶ କରିବା ପରେ ଶେଷରେ ଏହାକୁ ନିଲାମ କରିବାକୁ ଅନୁମୋଦନ କରିଛନ୍ତି। ଅର୍ପଣ ଚାଉଳକୁ ପରୀକ୍ଷା ପରେ ଏହା ବି ଗ୍ରେଡ୍ ବୋଲି ଜଣାପଡ଼ିଛି।
ସେପଟେ ଏହାକୁ ସୁଆର ସେବକମାନେ ନିରୀକ୍ଷଣ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ମଧ୍ୟ ନିରୀକ୍ଷଣ କରିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ମଧ୍ୟ ବିଭାଗୀୟ ଅଦିକାରୀଙ୍କ ସହ ଯାଇ ଚାଉଳର ମାନ ପରୀକ୍ଷା କରିଥିଲେ। ସମସ୍ତଙ୍କ ମତାମତ ଓ ପରାମର୍ଶ ମୁତାବକ ଏହା ଆଉ ମହାପ୍ରସାଦ ହେବା ଯୋଗ୍ୟ ନାହିଁ । ଯାହା ପରେ ଅର୍ପଣ ଚାଉଳକୁ ନିଲାମ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୩ ତାରିଖରେ ଖୋଲିବ ଟେଣ୍ଡର । ନିଲାମରେ ଅଂଶଗ୍ରହଣ କରୁଥିବା ମିଲର୍ ତଥା ବ୍ୟକ୍ତିମାନେ ପ୍ରଥମେ ଯେଉଁ ସ୍ଥାନରେ ଚାଉଳ ଗଚ୍ଛିତ ରଖାଯାଇଛି, ସେ ସ୍ଥାନ ପରିଦର୍ଶନ କରିବେ ଓ ପରେ ସେହିଠାରେ ହିଁ ଏହାର ନିଲାମ(ସ୍ପଟ୍ ଅକ୍ସନ୍) ହେବ। ଯିଏ ଅଧିକ ଟଙ୍କା ଦେବାକୁ ରାଜି ହେବେ, ତାଙ୍କୁ ଅର୍ପଣ ଚାଉଳ ଦିଆଯିବ।




