ହରେକୃଷ୍ଣ ମହତାବ ଥିଲେ ଓଡ଼ିଶାର ସର୍ଦ୍ଦାର ପଟେଲ: ମୁଖ୍ୟମନ୍ତ୍ରୀ
କଟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ମହତାବଙ୍କ ୧୨୫ତମ ଜୟନ୍ତୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଡକ୍ଟର ହରେକୃଷ୍ଣ ମହତାବ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ । ସେ ଉଭୟ ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶାର ନେତୃତ୍ୱ ନେଇ । ଆଜି ଆମେ ଓଡ଼ିଶାର ଯେଉଁ ସ୍ଵରୂପକୁ ଦେଖୁଛନ୍ତି । ସେହି ସ୍ଵରୂପକୁ ସାକାର […]
କଟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ମହତାବଙ୍କ ୧୨୫ତମ ଜୟନ୍ତୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଡକ୍ଟର ହରେକୃଷ୍ଣ ମହତାବ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ । ସେ ଉଭୟ ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶାର ନେତୃତ୍ୱ ନେଇ । ଆଜି ଆମେ ଓଡ଼ିଶାର ଯେଉଁ ସ୍ଵରୂପକୁ ଦେଖୁଛନ୍ତି । ସେହି ସ୍ଵରୂପକୁ ସାକାର ହରେକୃଷ୍ଣ ମହତାବ କରିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୯୩୬ରେ ଓଡ଼ିଶା ରାଜ୍ୟ ଗଠନରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ୨୬ଟି ଗଡ଼ଜାତ ଅଞ୍ଚଳକୁ ସେ ଓଡ଼ିଶାରେ ମିଶାଇଥିଲେ। ବାସ୍ତବରେ ସେ ଓଡ଼ିଶାର ସର୍ଦ୍ଦାର ପଟେଲ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ କରାଯାଉଛି । ଏହି ଜାତୀୟ ସମ୍ମିଳନୀରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ପ୍ରତି ହରେକୃଷ୍ଣ ମହତାବଙ୍କ ଅତୁଳନନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି । ଆୟୋଜିତ ସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି, ଡକ୍ଟର ହରେକୃଷ୍ଣ ମହତାବ ଏକାଧାରାରେ ଜଣେ ରାଜନୀତିଜ୍ଞ, ରାଷ୍ଟନୀତିଜ୍ଞ, ମହାନ ସ୍ୱାଧିନତା ସଂଗ୍ରାମୀ, କୂଟନୀତିଜ୍ଞ ଏବଂ ସାମ୍ବାଦିକ ଥିଲେ । ସାହିତ୍ୟିକ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପରିଣତ ହେବା ପରେ, ଓଡ଼ିଶାରେ ଗଡ଼ଜାତ ରାଜ୍ୟ ମିଶି ନ ଥିଲେ କ୍ଷେତ୍ରଫଳ ମାତ୍ର ୮୩, ୩୯୨ ବର୍ଗ କିଲୋମିଟର ଥିଲା । କିନ୍ତୁ ସ୍ୱାଧୀନତା ପରେ ହରେକୃଷ୍ଣ ମହତାବ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦ୍ୟମରେ ୨୬ଟି ଗଡ଼ଜାତ ଓଡ଼ିଶାରେ ମିଶିବା ଦ୍ୱାରା କ୍ଷେତ୍ରଫଳ ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା । ତାଙ୍କର ବୁଦ୍ଧି, ଜ୍ଞାନ ଏବଂ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସଫଳ ହୋଇଥିଲା । ତାଙ୍କୁ ଓଡ଼ିଶାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିପରି ଓଡ଼ିଶାର ରାଜଧାନୀ ତାଙ୍କ ସମୟରେ ପ୍ରତିଷ୍ଠା କରାଯାଇଥିଲା । ତାଙ୍କର ଆଉ ଏକ ପ୍ରମୁଖ ଅବଦାନ ଥିଲା ଓଡ଼ିଆ ସାମ୍ବାଦିକତା । ତାଙ୍କ ଦିଗଦର୍ଶନରେ ଓଡ଼ିଆ ସାମ୍ବାଦିକତା ଏକ ଦିଶା ପାଇଥିଲା ।




