ଭାରତ ନିର୍ବାଚନ କମିଶନଙ୍କ ବିଏଲଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍‌ଓ ମାସ୍କଟ ‘ମିତା ଦିଦି’

ଭୁବନେଶ୍ୱର : ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍‌ଓ ମାସ୍କଟ (BLO ICON-Mita Didi) ‘ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତି। ଓଡ଼ିଶାର ବିଏଲ୍‌ଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍‌ଓ ମାସ୍କଟ ପାଲଟିଛି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲ୍‌ଓମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ବିଏଲ୍‌ଓ (ବୁଥ୍ ଲେବୁଲ୍ ଅଫିସର ବା ବୁଥସ୍ତରୀୟ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍‌ଓ ମାସ୍କଟ (BLO ICON-Mita Didi) ‘ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତି। ଓଡ଼ିଶାର ବିଏଲ୍‌ଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍‌ଓ ମାସ୍କଟ ପାଲଟିଛି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲ୍‌ଓମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନିର୍ବାଚନ ପ୍ରକ୍ରିୟାରେ ବିଏଲ୍‌ଓ (ବୁଥ୍ ଲେବୁଲ୍ ଅଫିସର ବା ବୁଥସ୍ତରୀୟ ଅଧିକାରୀ)ମାନଙ୍କର ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଖସ୍ତରୀୟ ଅଧିକାରୀମାନେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ତୁଲାଇଥା’ନ୍ତି । ବାହାରକୁ ଜଣାପଡ଼ି ନ ଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଗୁରୁ ଦାୟିତ୍ୱ ବହନ କରୁଥିବାରୁ ସେମାନଙ୍କୁ ନିର୍ବାଚନର ‘ଅକୀର୍ତ୍ତିତ ନାୟକ’ ଭାବେ ଅଭିହିତ କରାଯାଏ। ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ବିଏଲ୍‌ଓମାନଙ୍କ ଦାୟିତ୍ୱକୁ ଭୂୟସୀ ପ୍ରଶଂସା କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ବୁଥସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ ବୋଲି ପ୍ରେରିତ କରିଛନ୍ତି ।

ବର୍ତ୍ତମାନ ଓଡ଼ିଶାର ‘ମିତା ଦିଦି’ ସମଗ୍ର ଦେଶର ବୁଥସ୍ତରୀୟ ଅଧିକାରୀଙ୍କ ପ୍ରତିନିଧି ପାଲଟିଛି । ନିର୍ବାଚନ କମିଶନଙ୍କ ବୁଥସ୍ତରୀୟ ଅଧିକାରୀ ପତ୍ରିକାର ଦଶମ ସଂସ୍କରଣରେ ‘ମିତା ଦିଦି’ ସ୍ଥାନ ପାଇବା ସମସ୍ତ ବୁଥସ୍ତରୀୟ ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏହା ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ନିଜର ନିର୍ବାହ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତବ୍ୟକ୍ତ ଦାୟିତ୍ଵ ନିର୍ବାଚନ କରିଛନ୍ତି।

Tags: