ଓଡ଼ିଶାର ୨ ନୂଆ ସ୍ୱତନ୍ତ୍ର ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର : ଓଡ଼ିଶାର ଆଉ ୨ଟି ନୂଆ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ୍ ଲାଇନକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ୧୬.୫ କିମି ନୂଆ ଲାଇନରେ ତାଳଚେରଠାରେ Y କନେକ୍ସନ ହେବ । ଏହା ସହ ବରଗଡ଼-ନୂଆପଡ଼ା ରୋଡ ୧୪୨ କିମିକୁ ବି ସ୍ୱତନ୍ତ୍ର ପ୍ରକଳ୍ପ ଭାବରେ ମାନ୍ୟତା ମିଳିଛି । […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶାର ଆଉ ୨ଟି ନୂଆ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ୍ ଲାଇନକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ୧୬.୫ କିମି ନୂଆ ଲାଇନରେ ତାଳଚେରଠାରେ Y କନେକ୍ସନ ହେବ । ଏହା ସହ ବରଗଡ଼-ନୂଆପଡ଼ା ରୋଡ ୧୪୨ କିମିକୁ ବି ସ୍ୱତନ୍ତ୍ର ପ୍ରକଳ୍ପ ଭାବରେ ମାନ୍ୟତା ମିଳିଛି । ୨ ନୂଆ ପ୍ରକଳ୍ପ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ବରଗଡ଼-ନୂଆପଡ଼ା ରୋଡ୍ ରେଳ ଲାଇନ୍ ପଦ୍ମପୁର ବାଟଦେଇ ଯିବ। ଏନେଇ ଗତ ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ଏହା ଏବେ ସଫଳ ରୂପ ନେଇଥିବା କୁହାଯାଉଛି।

Tags: