ପଶ୍ଚିମବଙ୍ଗକୁ ଆଳୁ ମାଗିବନି ଓଡିଶା – ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ପୁଣି ଉପୁଜିଛି ଆଳୁ ସଙ୍କଟ I ପଶ୍ଚିମବଙ୍ଗରୁ ଆସୁନାହିଁ ଆଳୁ ଟ୍ରକ । ଗତ ୨ ସପ୍ତାହ ହେଲା ପଶ୍ଚିମବଙ୍ଗରେ ଆଳୁଦର ଉପରମୁହାଁ ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଆଳୁ ଗାଡି ନଛାଡ଼ିବାକୁ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । ଫଳରେ ରାଜ୍ୟରେ ଅହେତୁକ ଭାବରେ ବଢିଛି ଆଳୁଦର । ଗୋଟିଏ ଦିନ ଭିତରେ ଭୁବନେଶ୍ୱରରେ ଆଳୁ ଦର ୩୫ ଟଙ୍କାରୁ ବଢି ୪୦ରୁ ୫୦ ଟଙ୍କା ପହଞ୍ଚିଛି । ଏହାରି […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ପୁଣି ଉପୁଜିଛି ଆଳୁ ସଙ୍କଟ I ପଶ୍ଚିମବଙ୍ଗରୁ ଆସୁନାହିଁ ଆଳୁ ଟ୍ରକ । ଗତ ୨ ସପ୍ତାହ ହେଲା ପଶ୍ଚିମବଙ୍ଗରେ ଆଳୁଦର ଉପରମୁହାଁ ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଆଳୁ ଗାଡି ନଛାଡ଼ିବାକୁ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । ଫଳରେ ରାଜ୍ୟରେ ଅହେତୁକ ଭାବରେ ବଢିଛି ଆଳୁଦର । ଗୋଟିଏ ଦିନ ଭିତରେ ଭୁବନେଶ୍ୱରରେ ଆଳୁ ଦର ୩୫ ଟଙ୍କାରୁ ବଢି ୪୦ରୁ ୫୦ ଟଙ୍କା ପହଞ୍ଚିଛି । ଏହାରି ଭିତରେ କଡା ଆଭିମୁଖ୍ୟ ଆପଣେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, “ପଶ୍ଚିମବଙ୍ଗକୁ ଓଡ଼ିଶା ଆଳୁ ଆଉ ମାଗିବନି । ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ । ଆମେ ମାଗି ଖିଆ ନୁହେଁ । ପଶ୍ଚିମବଙ୍ଗରେ ହିଁ କେବଳ ଆଳୁ ନାହିଁ । ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିଛି । ଉତ୍ତରପ୍ରଦେଶରେ ଆଳୁ ୨୨ ଟଙ୍କାରେ ବିକ୍ରି ହେଉଛି ଏବଂ ଭଡା ୪ ଟଙ୍କା ରହିଛି । ମମତା ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ସଚିବଙ୍କ ସହିତ କଥା ହେଉଛି । ଆଳୁ ଦେବା ପାଇଁ ନବୀନ ବାବୁ ମନା କରିଥିବେ । ବର୍ଷେ ଭିତରେ ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ମିଳିବ । ଆଉ ଦେଢ ବର୍ଷ ପରେ ଆଳୁ ପାଇଁ ଆମେ କୌଣସି ରାଜ୍ୟ ଉପରେ ନିର୍ଭରଶୀଳ ହେବୁ ନାହିଁ । ଲୋକଙ୍କ ଚାହିଦା ମୁତାବକ ଏବେ ବଜାରରେ ଆଳୁ ଉପଲବ୍ଧ ଅଛି । ଆଜି ମୁଁ ୩୦ଟଙ୍କାରେ ଆଳୁ କିଣିଛି । ଯଦି କେହି ଚଢା ଦରରେ ଆଳୁ ବିକ୍ରି କରିବ ତେବେ ଚଢ଼ାଉ କରାଯିବ । ଏବେ ଆମେ ଆଳୁ, ପିଆଜ, ମାଛ ଉତ୍ପାଦନ ବଢାଇବା ପାଇଁ ଯୋଜନା କରୁଛୁ । ବାଲେଶ୍ବର ଦେଇ ପଶ୍ଚିମବଙ୍ଗକୁ ମାଛ ଯାଉଛି । ଆମେ ଚାହିଁଲେ ୨ ମିନିଟରେ ମାଛ ଗାଡିକୁ ବନ୍ଦ କରିଦେବୁ । ସବୁ ରାଜ୍ୟ ମିଳିମିଶି ଚଳିବା ଉଚିତ ।

Tags: