ବସ୍ତି ମୁକ୍ତ ହେବ ଓଡିଶା, ୨ ଥର ଜାଗା ମିଶନ୍ ପାଇଲା ୨୦୨୩ ୱାର୍ଲ୍ଡ ହାବିଟାଟ୍ ପୁରସ୍କାର
ଭୁବନେଶ୍ୱର : ୨୦୨୩ ପାଇଁ ‘ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ’ ବ୍ରୋଞ୍ଜ ପୁରସ୍କାର ପାଇଛି ଓଡିଶା I ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ‘ଜାଗା ମିଶନ’ ପ୍ରଶଂସିତ ହେବ ପରେ ଓଡିଶାକୁ ୨ୟ ଥର ପାଇଁ ଏହି ପୁରସ୍କାର ମିଳିଛି I ଜାଗା ମିଶନ୍, ଯୋଜନା ମାଧ୍ୟମରେ ବସ୍ତିରେ ରହୁଥିବା ଏକ ଲକ୍ଷ ସହରୀ ଗରିବ ଲୋକଙ୍କୁ ଉପକୃତ କରିଛନ୍ତି ସରକାର I ଏହି ଯୋଜନା ବର୍ତ୍ତମାନ ବିଶ୍ୱର ସବୁଠୁ ବଡ଼ ଭୂମି ଅଧିକାର ପ୍ରଦାନକାରୀ ଯୋଜନା ସହିତ […]
ଭୁବନେଶ୍ୱର : ୨୦୨୩ ପାଇଁ ‘ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ’ ବ୍ରୋଞ୍ଜ ପୁରସ୍କାର ପାଇଛି ଓଡିଶା I ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ‘ଜାଗା ମିଶନ’ ପ୍ରଶଂସିତ ହେବ ପରେ ଓଡିଶାକୁ ୨ୟ ଥର ପାଇଁ ଏହି ପୁରସ୍କାର ମିଳିଛି I ଜାଗା ମିଶନ୍, ଯୋଜନା ମାଧ୍ୟମରେ ବସ୍ତିରେ ରହୁଥିବା ଏକ ଲକ୍ଷ ସହରୀ ଗରିବ ଲୋକଙ୍କୁ ଉପକୃତ କରିଛନ୍ତି ସରକାର I ଏହି ଯୋଜନା ବର୍ତ୍ତମାନ ବିଶ୍ୱର ସବୁଠୁ ବଡ଼ ଭୂମି ଅଧିକାର ପ୍ରଦାନକାରୀ ଯୋଜନା ସହିତ ବସ୍ତି ରୂପାନ୍ତରଣକାରୀ ଯୋଜନାରେ ପରିଣତ ହୋଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ଓଡ଼ିଶାରେ ପ୍ରାୟ ୩ ହଜାର ବସ୍ତିକୁ ରୂପାନ୍ତର କରିବା ପାଇଁ କାର୍ଯ୍ୟ ଜାରି ରହିଛି।
ରାଜ୍ୟ ସରକାର ଦେଶର ପ୍ରଥମ ବସ୍ତିମୁକ୍ତ ରାଜ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିବାକୁ ଯୋଜନା ରଖି ଏହି ଯୋଜନା କାର୍ଯ୍ୟ କରୁଛନ୍ତି। ଏହି ଯୋଜନାରେ ମୋଟ୍ ୨୯୧୯ ଟି ବସ୍ତିର ଉନ୍ନତି କରଣ ସହ ୧୭ ଲକ୍ଷ ଲୋକ ଥଇଥାନ ହୋଇପାରିଛନ୍ତି । ୩୦ ଜିଲ୍ଲାର ୭୦୭ ବସ୍ତିର ଉନ୍ନତିକରଣ କରାଯାଇଛି। ରାଜ୍ୟର ୮ ସହରକୁ ବସ୍ତି ମୁକ୍ତ ଘୋଷଣା କରାଯାଇଛି। ୫ ବର୍ଷ ମଧ୍ୟରେ ୧ ଲକ୍ଷ ୭୫ ହଜାର ପରିବାରକୁ ସହରାଞ୍ଚଳରେ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୨୭୨୪ ଟି ବସ୍ତିକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଣ ହୋଇଛି। ଜମି ଅଧିକାର ମିଳିବା ଦ୍ବାରା ଉଚ୍ଛେଦ ଭୟ ଦୂର ହେଉଛି।
ୱାର୍ଲ୍ଡ ହାବିଟାଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ଆୟର୍ଲାଣ୍ଡ କହିଛନ୍ତି: “ଜାଗା ମିଶନ ହେଉଛି ଏକ ଉଚ୍ଚାଭିଳାଷୀ ରାଜ୍ୟସ୍ତରୀୟ ପ୍ରକଳ୍ପ ଯାହା ଅନୌପଚାରିକ ବସ୍ତିର ଉନ୍ନତିକରଣ, ଶାସନକୁ ସୁଦୃଢ କରୁଛି।
ଗତ ଡିସେମ୍ବର ୨୦୨୧ରେ ବିଶ୍ୱର ୪ ଟି ଲୋକାଭିମୁଖୀ ଯୋଜନାକୁ ପଛରେ ପକାଇ ଜାଗା ମିଶନର ‘ଏସିଆ ପେସିଫିକ୍ ହାଉସିଂ ଫୋରମ’ ପକ୍ଷରୁ ପୁରସ୍କୃତ ହୋଇଥିଲା। ‘ପବ୍ଲିକ୍ ପଲିସ’ କ୍ଷେତ୍ରରେ ନୂତନ ଉଦ୍ଭାବନ କ୍ଷେତ୍ରରେ ‘ଜାଗା ମିଶନ’ ଶ୍ରେଷ୍ଠ ଯୋଜନା ଭାବେ ପୁରସ୍କୃତ ହୋଇଥିଲା। ବିଭିନ୍ନ ଦେଶରୁ ମୋଟ୍ ୫୦ ଟି ଯୋଜନାକୁ ଏଥିରେ ସାମିଲ କରାଯାଇଥିଲା। ଯେଉଁଥିରେ ଜାଗା ମିଶନ ପୁରସ୍କୃତ ହୋଇଥିଲା।




