ଓଡିଶା ଟେକ୍ସ ୨୦୨୫ ସମ୍ମିଳନୀ ଉଦ୍ଘାଟିତ

ଭୁବନେଶ୍ୱର : ରାଜ୍ୟରେ ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ରେ ଉଦଘାଟନ ହେଲା ଓଡ଼ିଶା ଟେକ୍ସ ୨୦୨୫ । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳଙ୍କ ଉପସ୍ଥିତିରେ ଓଡିଶା ଟେକ୍ସ ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ୬ଟି ଟେକ୍ସଟାଇଲ ଏବଂ ଆପାରେଲ ପାର୍କ ମଧ୍ୟ ଉଦ୍ଘାଟିତ ହୋଇଛି । ଏଥିରେ ଦେଶର ୩୦୦ ବିଶିଷ୍ଟ […]

ଓଡିଶା ଟେକ୍ସ ୨୦୨୫ ସମ୍ମିଳନୀ ଉଦ୍ଘାଟିତ
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ରେ ଉଦଘାଟନ ହେଲା ଓଡ଼ିଶା ଟେକ୍ସ ୨୦୨୫ । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳଙ୍କ ଉପସ୍ଥିତିରେ ଓଡିଶା ଟେକ୍ସ ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ୬ଟି ଟେକ୍ସଟାଇଲ ଏବଂ ଆପାରେଲ ପାର୍କ ମଧ୍ୟ ଉଦ୍ଘାଟିତ ହୋଇଛି । ଏଥିରେ ଦେଶର ୩୦୦ ବିଶିଷ୍ଟ ଶିଳ୍ପପତି ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଟେକ୍ସଟାଇଲ୍ ଓ ଆପାରେଲ୍ ଉତ୍ପାଦନ କ୍ଷେତ୍ରରେ ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ଓଡ଼ିଶା । ଯାହାଦ୍ୱାରା ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବା ସହିତ ୨୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି । ସମୃଦ୍ଧ ଓଡ଼ିଶା ୨୦୩୬ ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ,ବୁଣାକାର ଶ୍ରମିକଙ୍କ ଭତ୍ତା ବଢାଇଲେ ରାଜ୍ୟ ସରକାର । ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାରକୁ ବୃଦ୍ଧି କରାଯାଇଥିବା ବେଳେ ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାରକୁ ବୃଦ୍ଧି କରାଯାଇଛି।

Tags: