୫-ଟି ସ୍କୁଲର ଦାୟିତ୍ୱ ନେବ ମିଶନ ଶକ୍ତି

ଭୁବନେଶ୍ୱର : ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ହେବେ ଅଧିକ ସଶକ୍ତ I ରାଜ୍ୟରେ ଥିବା ୭୦ ଲକ୍ଷରୁ ଅଧିକ ମହିଳା ହେବେ ସ୍ୱାବଲମ୍ବୀ I ଆଗାମୀ ୩ ବର୍ଷ ମଧ୍ୟରେ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ମିଶନ ଶକ୍ତି ଏବେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏସ୍‌ଏମ୍‌ଇ)ରେ ପରିଣତ ହେବାକୁ ଯାଉଛି I ଏହାବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ବୃହତ ବ୍ୟବସାୟ ପ୍ରତିଷ୍ଠା ନିମନ୍ତେ ଅନେକ ପଦକ୍ଷେପ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ହେବେ ଅଧିକ ସଶକ୍ତ I ରାଜ୍ୟରେ ଥିବା ୭୦ ଲକ୍ଷରୁ ଅଧିକ ମହିଳା ହେବେ ସ୍ୱାବଲମ୍ବୀ I ଆଗାମୀ ୩ ବର୍ଷ ମଧ୍ୟରେ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ମିଶନ ଶକ୍ତି ଏବେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏସ୍‌ଏମ୍‌ଇ)ରେ ପରିଣତ ହେବାକୁ ଯାଉଛି I ଏହାବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ବୃହତ ବ୍ୟବସାୟ ପ୍ରତିଷ୍ଠା ନିମନ୍ତେ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି । ଏ ନେଇ ସେହିଭଳି ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ସୂଚନା ଦେଇଛନ୍ତି I

ସେହିପରି ରାଜ୍ୟରେ ଥିବା ୫-ଟି ସ୍କୁଲର ଦାୟିତ୍ୱ ନେବେ ମିଶନ ଶକ୍ତି ମହିଳା । ସ୍କୁଲର ରକ୍ଷାଣବେକ୍ଷଣ କରିବେ ମିଶନ ଶକ୍ତିର ମା’ମାନେ ।ଏହାସହ ଜଙ୍ଗଲ ବିଭାଗର ବିଭିନ୍ନ ଦାୟିତ୍ୱ ନେଇ ନିଆଁ ଲିଭାକାର୍ଯ୍ୟରେ ବି ସେମାନେ ନିୟୋଜିତ ହେବେ । ଏନେଇ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

ଏହାସହ ମିଶନ ଶକ୍ତି ମହିଳାଙ୍କ ପାଇଁ ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ହେବ ଇଣ୍ଡରଷ୍ଟ୍ରିଆଲ ପାର୍କ । ଆସନ୍ତା ତିନି ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଜିଲ୍ଲାପାଳ ମାନଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଶନ ଶକ୍ତି ମହିଳାଙ୍କୁ ନୂଆ ସରକାରୀ କାମ ଦିଆଯାଉଛି । ବର୍ତ୍ତମାନ ୧୫ ଟି ବିଭାଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ଜିରୋ ପ୍ରତିଶତ ସୁଧ ମିଶନ ଶକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ – ଚଳିତ ବର୍ଷ ପ୍ରାୟ ୩ ଲକ୍ଷରୁ ଅଧିକ ଗୋଷ୍ଠୀକୁ ୧୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । ୨୦୦ କୋଟି ସୁଧ ଛାଡ଼ ରାଶି ସିଧାସଳଖ ଏସ୍‌ଏଚ୍‌ଜି ଆକାଉଣ୍ଟକୁ ପ୍ରଦାନ କରାଯାଉଛ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏସ୍‌ଏଚ୍‌ଜିଗୁଡ଼ିକୁ ସୁଧ ଫେରସ୍ତ ବାବଦକୁ ୧୨୦୦ କୋଟି ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

Tags: