ଆସନ୍ତା କାଲିଠୁ ମେ୨ ଯାଏଁ ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ
ଭୁବନେଶ୍ୱର: ଏପ୍ରିଲ ୨୬: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତ ଗ୍ରହଣ କରିଛି । ଆସନ୍ତା କାଲିଠୁ ମେ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟିର କ୍ଲାସ୍ ବନ୍ଦ ରହିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ଆଜିଠାରୁ ବନ୍ଦ ହୋଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ । ରାଜ୍ୟରେ ଆଗାମୀ ୫ ଦିନରେ ଗ୍ରୀଷ୍ମ ପ୍ରଭାବ […]
ଭୁବନେଶ୍ୱର: ଏପ୍ରିଲ ୨୬: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତ ଗ୍ରହଣ କରିଛି । ଆସନ୍ତା କାଲିଠୁ ମେ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟିର କ୍ଲାସ୍ ବନ୍ଦ ରହିବ ।
ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ଆଜିଠାରୁ ବନ୍ଦ ହୋଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ । ରାଜ୍ୟରେ ଆଗାମୀ ୫ ଦିନରେ ଗ୍ରୀଷ୍ମ ପ୍ରଭାବ ଅଧିକ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ଶିକ୍ଷା ବିଭାଗ ଏହି ବନ୍ଦ ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ମିଳିଛି ।




