କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଚମକିଲା ଓଡ଼ିଶାର ହସ୍ତତନ୍ତ

ଭୁବନେଶ୍ୱର : କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଇତିହାସ ସୃଷ୍ଟି କଲା ଓଡ଼ିଶାର ହସ୍ତତନ୍ତ । ଓଡ଼ିଶାର ହସ୍ତତନ୍ତକୁ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୪ରେ ଖୁବ ପ୍ରଶଂସା କରାଯାଇଛି । ଯାହା ଓଡିଶା ପାଇଁ ଗର୍ବ ଏବଂ ଗୌରବ ପାଲଟିଛି । କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ ପ୍ରଥମ ଥର ପାଇଁ ହସ୍ତତନ୍ତର ପ୍ରଦର୍ଶନ ପାଇଁ ସୁଯୋଗ ପାଇଥିଲେ ଲେଖକ-ନିର୍ଦ୍ଦେଶକ ବିଶ୍ୱନାଥ ରଥ । ସେ ତାଙ୍କର ଆଗାମୀ ଓଡ଼ିଆ-ଇଂରାଜୀ ଫିଚର-ଡକ୍ୟୁମେଣ୍ଟାରୀ ‘ହାବାସପୁରୀ ୱେଭିଂ: ଦ ସେକେଣ୍ଡ ଏଣ୍ଡ୍‌‌ […]

Samaya Live Picture
Published On

ଭୁବନେଶ୍ୱର : କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଇତିହାସ ସୃଷ୍ଟି କଲା ଓଡ଼ିଶାର ହସ୍ତତନ୍ତ । ଓଡ଼ିଶାର ହସ୍ତତନ୍ତକୁ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୪ରେ ଖୁବ ପ୍ରଶଂସା କରାଯାଇଛି । ଯାହା ଓଡିଶା ପାଇଁ ଗର୍ବ ଏବଂ ଗୌରବ ପାଲଟିଛି ।

କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ ପ୍ରଥମ ଥର ପାଇଁ ହସ୍ତତନ୍ତର ପ୍ରଦର୍ଶନ ପାଇଁ ସୁଯୋଗ ପାଇଥିଲେ ଲେଖକ-ନିର୍ଦ୍ଦେଶକ ବିଶ୍ୱନାଥ ରଥ ।
ସେ ତାଙ୍କର ଆଗାମୀ ଓଡ଼ିଆ-ଇଂରାଜୀ ଫିଚର-ଡକ୍ୟୁମେଣ୍ଟାରୀ ‘ହାବାସପୁରୀ ୱେଭିଂ: ଦ ସେକେଣ୍ଡ ଏଣ୍ଡ୍‌‌ ଲାଷ୍ଟ ଡେଥ୍‌‌’ ଉନ୍ମୋଚନ କରିଥିଲେ । ଯାହାକୁ ସମସ୍ତ ଦର୍ଶକମାନେ ପ୍ରଶଂସା କରିଥିଲେ । ଏହି ଫିଚର-ଡକ୍ୟୁମେଣ୍ଟାରୀ ହାବାସପୁରୀ ହସ୍ତତନ୍ତ ବିଷୟ ଉପରେ ଆଧାରିତ। ତେବେ ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ର ମହୋତ୍ସବରେ କୋଟପାଡ଼ ହସ୍ତତନ୍ତ ବିଶ୍ୱବ୍ୟାପି ପ୍ରଦର୍ଶିତ ହୋଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି ।

ଏକ ଦଶନ୍ଧିରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଲେଖକ-ନିର୍ଦ୍ଦେଶକ ବିଶ୍ୱନାଥ ରଥ ଏବଂ ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ, ମ୍ୟୁଜିକ୍‌‌ ଭିଡିଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ତଥା ଓଟିଟି ପ୍ଲାଟଫର୍ମରେ ଓଡ଼ିଶା ସମତେ ଭାରତ ଏବଂ ଏପରିକି ଏସିଆର ପ୍ରତିନିଧିତ୍ୱ କରିବାରେ ପୂର୍ବରୁ ମଧ୍ୟ ବେଶ୍‌‌ ସୁନାମ ଅର୍ଜନ କରିଛନ୍ତି।

Tags: