୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ

ଭୁବନେଶ୍ବର:ଘୋଷଣା ହେଲା କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପୁରସ୍କାର। ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ। ଅପରାଧୀକ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ।ଅପରାଧିକ ମାମଲାରେ ଏମାନେ ସଫଳତା ପାଇଛନ୍ତି।ଯେଉଁଥିପାଇଁ ଏମାନଙ୍କୁ ଏହି ପଦକ ମିଳିବା ନେଇ ଯୋଗ୍ୟ ବିବେଚିତ କରାଯାଇଛି। ଏନେଇ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଡିଜିପି ସୂଚନା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଅନୁସାରେ, ଗଜପତି ଜିଲ୍ଲାରୁ ସବ୍ୟସାଚୀ ମଲ୍ଲ, ଗଞ୍ଜାମ […]

Samaya Live Picture
Published On

ଭୁବନେଶ୍ବର:ଘୋଷଣା ହେଲା କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପୁରସ୍କାର। ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ। ଅପରାଧୀକ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ।ଅପରାଧିକ ମାମଲାରେ ଏମାନେ ସଫଳତା ପାଇଛନ୍ତି।ଯେଉଁଥିପାଇଁ ଏମାନଙ୍କୁ ଏହି ପଦକ ମିଳିବା ନେଇ ଯୋଗ୍ୟ ବିବେଚିତ କରାଯାଇଛି। ଏନେଇ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଡିଜିପି ସୂଚନା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଅନୁସାରେ, ଗଜପତି ଜିଲ୍ଲାରୁ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଜିଲ୍ଲାରୁ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ମାଲକାନଗିରି ଜିଲ୍ଲାର ରିଙ୍ଗନ କିଣ୍ଡୋଙ୍କୁ ଚଳିତ ବର୍ଷର କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ମିଳିବ। ଏହାସହିତ ଟ୍ବିଟ କରି ୩ ପୋଲିସ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡିଜିପି। ଏହି ପଦକ ଆଗାମୀ ଦିନରେ କାମ କରିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି ତିନି ପୋଲିସ ଅଧିକାରୀ।କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ସେହିମାନଙ୍କୁ ଦିଆଯାଏ ଯେଉଁମାନେ ଅପରାଧିକ ମାମଲାରେ ଦୃଷ୍ଟାନ୍ତ ମୂଳକ ମାମଲା ପରିଚାଳନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି।

Tags: