ଓଡ଼ିଶା ପୁଲିସ ଗ୍ରୁପ୍‌ ବି ମିଳିତ ନିଯୁକ୍ତି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ସ୍ଥଗିତ ରହିଲା ଓଡିଶା ପୋଲିସ ଗ୍ରୁପ – ବି ମିଳିତ ନିଯୁକ୍ତି ପରୀକ୍ଷା ଇ ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୁଲିସର ଗ୍ରୁପ୍‌ ‘ବି’ ପଦବି ପାଇଁ ମିଳିତ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏକା ଦିନରେ ଦୁଇଟି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB ଦ୍ବାରା ହେବାକୁ ଥିବା ଏହି ପରୀକ୍ଷାକୁ ଅନ୍ୟାଦେଶ ଯାଏଁ ସ୍ଥଗିତ ରଖାଯାଇଛି । […]

Samaya Live Picture
Published On

ଭୁବନେଶ୍ୱର : ସ୍ଥଗିତ ରହିଲା ଓଡିଶା ପୋଲିସ ଗ୍ରୁପ – ବି ମିଳିତ ନିଯୁକ୍ତି ପରୀକ୍ଷା ଇ ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୁଲିସର ଗ୍ରୁପ୍‌ ‘ବି’ ପଦବି ପାଇଁ ମିଳିତ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏକା ଦିନରେ ଦୁଇଟି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB ଦ୍ବାରା ହେବାକୁ ଥିବା ଏହି ପରୀକ୍ଷାକୁ ଅନ୍ୟାଦେଶ ଯାଏଁ ସ୍ଥଗିତ ରଖାଯାଇଛି । ଅନିବାର୍ଯ୍ୟ କାରଣବଶତଃ ପରୀକ୍ଷା ସ୍ଥଗିତ ରଖାଯାଇଥିବା ପ୍ରେସ ଇସ୍ତାହାରରେ ଦର୍ଶାଯାଇଛି । ଗୋଟିଏ ସହକାରୀ କୃଷି ଅଧିକାରୀ ବା AAO ଓ ଅନ୍ୟଟି ପୋଲିସ୍ ସବ-ଇନ୍ସପେକ୍ଟର । ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷା ଥିବାରୁ ଆଶାୟୀମାନେ କେଉଁ ପରୀକ୍ଷା ଦେବେ ସେନେଇ ଚିନ୍ତାରେ ଥିଲେ ।

ସୂଚନାନୁସାରେ, ପୁଲିସ ଏସଆଇ, ଆସିଷ୍ଟାଣ୍ଟ ଜେଲର ଏବଂ ଫାୟାର ସର୍ଭିସର ଷ୍ଟେସନ ଅଫିସର୍‌ ନିଯୁକ୍ତି ପରୀକ୍ଷା ପରିଚାଳନା କରିବା ନେଇ ଆଇଟିଆଇ ଲିମିଟେଡ୍‌ ଏକ ପିଏସୟୁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ଏହି ସଂସ୍ଥା ରିଚ୍‌ମାଇଣ୍ଡ ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ସବ କଣ୍ଟ୍ରାକ୍ଟ ଦେଇଥିଲା । ସବ କଣ୍ଟ୍ରାକ୍ଟ ନେଇଥିବା ରିଚମାଇଣ୍ଡ ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବିରୋଧରେ ପରୀକ୍ଷା ପରିଚାଳନାରେ ଦୁର୍ନୀତି ବାବଦରେ ଯୁବକଂଗ୍ରେସ ଅଭିଯୋଗ ଆଣିବା ପରେ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ସରକାର I

Tags: