ରାଜ୍ୟ ପୋଲିସ ପକ୍ଷରୁ ପତାକା ଅବତରଣ ଉତ୍ସବ

ଭୁବନେଶ୍ୱର:ଏକତା ଏବଂ ଶୃଙ୍ଖଳାର ପ୍ରତୀକ ହେଉଛି ପତାକା ଅବତରଣ ଉତ୍ସବ। ପ୍ରତିବର୍ଷ ଜାନୁଆରୀ ୩୧ ତାରିଖରେ ଓଡିଶା ପୋଲିସ ପକ୍ଷରୁ ଏହି ପତାକା ଅବତରଣ ଉତ୍ସବ ପାଳିତ ହେଉଥିବା ବେଳେ ଭାରତର ସଶସ୍ତ୍ର ବାହିନୀର ସମନ୍ୱୟ ଏବଂ ଶୃଙ୍ଖଳାକୁ ଏହା ପ୍ରଦର୍ଶିତ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ବାଟାଲିୟନ ଭୁବନେଶ୍ୱରଠାରେ ଆୟୋଜିତ ପତାକା ଅବତରଣ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ […]

Samaya Live Picture
Published On

ଭୁବନେଶ୍ୱର:ଏକତା ଏବଂ ଶୃଙ୍ଖଳାର ପ୍ରତୀକ ହେଉଛି ପତାକା ଅବତରଣ ଉତ୍ସବ। ପ୍ରତିବର୍ଷ ଜାନୁଆରୀ ୩୧ ତାରିଖରେ ଓଡିଶା ପୋଲିସ ପକ୍ଷରୁ ଏହି ପତାକା ଅବତରଣ ଉତ୍ସବ ପାଳିତ ହେଉଥିବା ବେଳେ ଭାରତର ସଶସ୍ତ୍ର ବାହିନୀର ସମନ୍ୱୟ ଏବଂ ଶୃଙ୍ଖଳାକୁ ଏହା ପ୍ରଦର୍ଶିତ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ବାଟାଲିୟନ ଭୁବନେଶ୍ୱରଠାରେ ଆୟୋଜିତ ପତାକା ଅବତରଣ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟ ପୋଲିସ ବାହିନୀର ସମନ୍ୱୟ ଏବଂ ଶୃଙ୍ଖଳାର ଏହା ଏକ ଅନନ୍ୟ ପ୍ରତୀକ।
ଭାରତୀୟ ସୈନିକ ଏବଂ ରାଜ୍ୟ ପୋଲିସ ବାହିନୀଙ୍କ ସାହସ ଏବଂ ବଳିଦାନକୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।ଏହି ଅବସରରେ ରାଜ୍ୟ ପୋଲିସର ବିଭିନ୍ନ ବାଟାଲିୟନରୁ ଆସିଥିବା ବ୍ୟାଣ୍ଡ ପାର୍ଟି ମାନେ ଦେଶାତ୍ମବୋଧ ସଂଗୀତର ତାଳେ ତାଳେ ଚିତ୍ତାକର୍ଷକ ସାମରିକ ବ୍ୟାଣ୍ଡ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂଙ୍କ ସମେତ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ,ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

Tags: