ପୁରୀ ବ୍ଲୁ ଫ୍ଲାଗ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ: ସୁରକ୍ଷା ପ୍ରସ୍ତୁତି ନେଇ ଡିଜିପିଙ୍କ ସମୀକ୍ଷା

ପୁରୀ:ଆସନ୍ତା ୪ ତାରିଖରେ ନୌସେନା ଦିବସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।ଭାରତୀୟ ନୌସେନା ଦେଖାଇବ ଶକ୍ତି ଓ ପରାକ୍ରମ।ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ।ଏଥି ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ।ପୁରୀ ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି। ରାଷ୍ଟ୍ରପତିଙ୍କ ସହ ନୌ ସେନା ଅଧିକାରୀ ଓ ବିଭିନ୍ନ […]

Samaya Live Picture
Published On

ପୁରୀ:ଆସନ୍ତା ୪ ତାରିଖରେ ନୌସେନା ଦିବସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।ଭାରତୀୟ ନୌସେନା ଦେଖାଇବ ଶକ୍ତି ଓ ପରାକ୍ରମ।ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ।ଏଥି ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ।ପୁରୀ ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି।

ରାଷ୍ଟ୍ରପତିଙ୍କ ସହ ନୌ ସେନା ଅଧିକାରୀ ଓ ବିଭିନ୍ନ ନିମନ୍ତ୍ରିତ ଅତିଥିଙ୍କୁ ମିଶାଇ ୭୫୦୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ସେହି ଦିନ କଡା ସୁରକ୍ଷା ବଳୟରେ ରହିବ ପୁରୀ ସହର। କାର୍ଯ୍ୟକ୍ରମ ଦିନ ୨୪ ସାମୁଦ୍ରିକ ଜାହାଜ ଓ ୪୦ ଏୟାରକ୍ରାଫ୍ଟ,ଲେଜର ସୋ ପ୍ରଦର୍ଶିତ ହେବ। ଏଥିପାଇଁ ୮୦ ପ୍ଲାଟୁନ ଫୋର୍ସ ଓ ୩୦୦ଅଧିକାରୀ ମୁତୟନ ହେବ। ଭୁବନେଶ୍ୱରରୁ ପୁରୀ ଟ୍ରାଫିକ ଵ୍ୟଵସ୍ଥା,ସିସିଟିଭି କ୍ୟାମେରା,ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ କରାଯିବ। ସହର ଭିତରେ ଟ୍ରାଫିକ ବ୍ୟବସ୍ଥା ସମୀକ୍ଷା କରାଯାଇଛି । ସମୁଦ୍ର କୂଳରେ ଲୋକେ କୂଳକୁ ନ ଯିବା ପାଇଁ ଅନୁରୋଧ କରାଯାଇଛି। କ୍ୟାମେରା ଓ ଡ୍ରୋନ ବ୍ୟବହାର ଉପରେ କଟକଣା ରହିଛି। କାର୍ଯ୍ୟକ୍ରମ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଡ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି

Tags: