ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ପାଇଁ ନୂତନ ନିୟମ ପ୍ରଣୟନ

ଭୁବନେଶ୍ୱର : କ୍ୟାବିନେଟରେ ଅନୁମୋଦନ ଲାଭ କଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ପାଇଁ ନୂତନ ଅଧିନିୟମ I ଆପାର୍ଟମେଣ୍ଟ କିଣୁଥିବା ଗ୍ରାହକମାନେ ଏହି ନୂତନ ନିୟମ ପାଇଁ ଆଉ ଶୋଷଣର ଶିକାର ହେବେନାହିଁ । ଘର କିଣିବା ପରେ ବିଲ୍ଡରମାନେ ଆଉ ଘର ମାଲିକଙ୍କୁ ଦହଗଞ୍ଜ କରି ପାରିବେ ନାହିଁ । ପୂର୍ବରୁ ଲାଗୁ କରାଯାଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୧୯୯୨ ପରିବର୍ତ୍ତେ ଏହି ନୂତନ ନିୟମ […]

Samaya Live Picture
Published On

ଭୁବନେଶ୍ୱର : କ୍ୟାବିନେଟରେ ଅନୁମୋଦନ ଲାଭ କଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ପାଇଁ ନୂତନ ଅଧିନିୟମ I ଆପାର୍ଟମେଣ୍ଟ କିଣୁଥିବା ଗ୍ରାହକମାନେ ଏହି ନୂତନ ନିୟମ ପାଇଁ ଆଉ ଶୋଷଣର ଶିକାର ହେବେନାହିଁ । ଘର କିଣିବା ପରେ ବିଲ୍ଡରମାନେ ଆଉ ଘର ମାଲିକଙ୍କୁ ଦହଗଞ୍ଜ କରି ପାରିବେ ନାହିଁ । ପୂର୍ବରୁ ଲାଗୁ କରାଯାଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୧୯୯୨ ପରିବର୍ତ୍ତେ ଏହି ନୂତନ ନିୟମ ପ୍ରଣୟନ ହେବ । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ଏହି ନିଷ୍ପତ୍ତିକୁ ମୋହର ମାରିବା ପରେ ଘର କିଣIବିକା ଓ ଗ୍ରାହକକୈନ୍ଦ୍ରୀକ ନିୟମ ଆଣିବାରେ ଓଡ଼ିଶା ଦେଶରେ ମଡେଲ୍‌ ସାଜିବାକୁ ଯାଉଛି ।

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ୧୮ଟି ପ୍ରସ୍ତାବ ପାରିତ ହୋଇଥିଲା। ଆଜି ବିଧାନସଭା ଗୃହରେ ଅର୍ଥ ମନ୍ତ୍ରୀ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। କ୍ୟାବିନେଟ୍‌ ନିଷ୍ପତ୍ତି ମୁତାବକ, ରାଜ୍ୟରେ ୧୩,୪୨୮ ସୁଲଭ ମୂଲ୍ୟ ଦୋକାନ ରହିଛି। ସେମାନଙ୍କ ଲାଇସେନ୍ସର ସମୟ ସୀମା ଚଳିତମାସ ୩୧ତାରିଖରେ ଶେଷ ହେଉଛି। ନିୟମାନୁଯାୟୀ ଯୋଗ୍ୟ ଡିଲରଙ୍କ ଲାଇସେନ୍ସଗୁଡ଼ିକର ପୁନଃ ୧ବର୍ଷ ବା ୨୦୨୪ ମାର୍ଚ ୩୧ତାରିଖ ପର୍ଯ୍ୟନ୍ତ ନବୀକରଣ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂଆ ଆଇନ୍ ପ୍ରଣୟନ ହେଲେ ଫ୍ଲାଟ୍‌ ମାଲିକ ସଂଘ ନାମରେ ଆପାର୍ଟମେଣ୍ଟ୍‌ର ସାଧାରଣ ସ୍ଥାନ(କମନ୍ ଏରିଆ), ଖେଳ ପଡ଼ିଆ ଆଦି ପଞ୍ଜୀକୃତ ହେବ। କିଛି ମାସ ହେଲା ବନ୍ଦ ରହିଥିବା ଆପାର୍ଟମେଣ୍ଟ୍‌ ପଞ୍ଜୀକରଣ ପାଇଁ ମଧ୍ୟ ବାଟ ଫିଟିବ।

Tags: