ଥମୁନାହିଁ ଗ୍ରୀଷ୍ମପ୍ରବାହ,ସନ୍ତୁଳି ହେଉଛି ସାରାରାଜ୍ୟ

ଭୁବନେଶ୍ୱର : ଅସହ୍ୟ ଗରମ ଗୁଳୁଗୁଳିର ଛଟପଟ ହେଉଛନ୍ତି ରାଜ୍ୟବାସୀ I ପ୍ରତିବର୍ଷ ଅପେକ୍ଷା ଚଳିତ ବର୍ଷ ଅସହ୍ୟ ହୋଇଛି ଗରମ I ସକାଳ ୫ ଟାରୁ ୩୦ ଡିଗ୍ରୀ ଛୁଇଁଲନି ରାଜଧାନୀର ତାପମାତ୍ରା I ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ […]

Samaya Live Picture
Published On

ଭୁବନେଶ୍ୱର : ଅସହ୍ୟ ଗରମ ଗୁଳୁଗୁଳିର ଛଟପଟ ହେଉଛନ୍ତି ରାଜ୍ୟବାସୀ I ପ୍ରତିବର୍ଷ ଅପେକ୍ଷା ଚଳିତ ବର୍ଷ ଅସହ୍ୟ ହୋଇଛି ଗରମ I ସକାଳ ୫ ଟାରୁ ୩୦ ଡିଗ୍ରୀ ଛୁଇଁଲନି ରାଜଧାନୀର ତାପମାତ୍ରା I ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ପବନ ପ୍ରବେଶ କରୁଛି I ଫଳରେ ଆସନ୍ତା ୫ ଦିନ ଯାଏଁ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ଅଧିକ ରହିବ। ସେହିପରି କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ସବୁଠାରୁ ଉତପ୍ତ ରହୁଛି ଦକ୍ଷିଣ ଓଡିଶା I ଗତକାଲି ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ହୋଇଥିଲା । କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଯାଏଁ ଅଧିକ ରହିଥିଲା ।ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା ଜିଲ୍ଲା । ଗୋଟିଏ ସପ୍ତାହ ଭିତରେ ସ୍ବାଭାବିକ ଠାରୁ ୬ଡିଗ୍ରୀ ଅଧିକ ତାତି ରେକର୍ଡ କରାଯାଇ ଥିବାବେଳେ ୧୬ ସହରର ତାପମାତ୍ରା ୪୨ ଡିଗ୍ରୀ ଥିଲା ।

Tags: