ହାତୀ କରିଡ଼ର ପାଇଁ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଗୁରୁବାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଛି । ହାତୀମାନଙ୍କ ବିଷୟରେ ଗବେଷଣା ପାଇଁ ସ୍ବତନ୍ତ୍ର କେନ୍ଦ୍ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ବା ନୀତି ଆସିବ। ହାତୀ କରିଡର ପାଇଁ ଓଡିଶା ଦେଶରେ ୨ ମନମ୍ବର ସ୍ଥାନ ହାସଲ କରିଛି । ୨୧୦୦ ହାତୀଙ୍କର ଘର […]
ଭୁବନେଶ୍ୱର : ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଗୁରୁବାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଛି । ହାତୀମାନଙ୍କ ବିଷୟରେ ଗବେଷଣା ପାଇଁ ସ୍ବତନ୍ତ୍ର କେନ୍ଦ୍ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ବା ନୀତି ଆସିବ।
ହାତୀ କରିଡର ପାଇଁ ଓଡିଶା ଦେଶରେ ୨ ମନମ୍ବର ସ୍ଥାନ ହାସଲ କରିଛି । ୨୧୦୦ ହାତୀଙ୍କର ଘର ହେଉଛି ଓଡିଶା। ବନ ସୁରକ୍ଷା ସମିତି, ଗଜସାଥୀ ଦ୍ୱାରା ହାତୀଙ୍କୁ ସୁରକ୍ଷା ଦିଆଯାଉଛି। ଯେଉଁଠି ସମସ୍ୟା ହେଉଛି ସେଠି ହାତୀ ସ୍କ୍ବାଡ, ରାପିଡ଼ ରେସପନ୍ସ ଟିମ୍ ସାଙ୍ଗେ ସାଙ୍ଗେ ପହଞ୍ଚୁଛନ୍ତି । ହାତୀ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସର୍ଭିଲାନ୍ସ ପାଇଁ ଜିପିଏସ, ରେଡ଼ିଓ ସ୍କଲାର, ଏଆଇ କ୍ୟାମେରା ବ୍ୟବହାର କରାଯାଉଛି। ହାତୀଙ୍କ ଆକ୍ରମଣ ଜନିତ ମୃତ୍ୟୁ ପାଇଁ ଆମ ସମସ୍ତଙ୍କୁ ମିଶି ହାତୀ ଏବଂ ମଣିଷ ଯେଭଳି ନିରାପଦରେ ରହିବେ ସେଭଳି ବାତାବରଣ ତିଆରି କରିବାକୁ ହେବ । ଗତ ୧୦ ବର୍ଷରେ ହାତୀ ମଣିଷ ଲଢେଇରେ ୯୦୦ ଜୀବନ ଯାଇଥିବା ବେଳେ ୭୫୦ ହାତୀ ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




