ଓଡ଼ିଶା ଅଗ୍ନିଶମ ସେବାର ନାଁ ବଦଳିଲା
ଭୁବନେଶ୍ୱର : ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାଁ । ଓଡ଼ିଶା ଅଗ୍ନିଶମ ସେବା ସହ ଯୋଡ଼ିହେଲା ଜରୁରୀକାଳୀନ ସେବା । ଏଣିକି ଓଡ଼ିଶା ‘ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ଏହା ନାମିତ ହେବ । ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ବିପର୍ଯ୍ୟୟ ମୁକାବିଲାରେ ଅଗ୍ନିଶମ ସେବାର ଉଲ୍ଲେଖନୀୟ ଭୂମିକା ରହିଛି । ପୂର୍ବରୁ ଅଗ୍ନିକାଣ୍ଡ ଓ ବନ୍ୟା, ବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ପରିଚାଳନାରେ ଅଗ୍ନିଶମ ସେବାକୁ […]
ଭୁବନେଶ୍ୱର : ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାଁ । ଓଡ଼ିଶା ଅଗ୍ନିଶମ ସେବା ସହ ଯୋଡ଼ିହେଲା ଜରୁରୀକାଳୀନ ସେବା । ଏଣିକି ଓଡ଼ିଶା ‘ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ଏହା ନାମିତ ହେବ । ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ବିପର୍ଯ୍ୟୟ ମୁକାବିଲାରେ ଅଗ୍ନିଶମ ସେବାର ଉଲ୍ଲେଖନୀୟ ଭୂମିକା ରହିଛି ।
ପୂର୍ବରୁ ଅଗ୍ନିକାଣ୍ଡ ଓ ବନ୍ୟା, ବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ପରିଚାଳନାରେ ଅଗ୍ନିଶମ ସେବାକୁ ନିୟୋଜିତ କରାଯାଉଥିଲା । ହେଲେ ଏନେଇ ବୈଧାନିକ ମାନ୍ୟତା ନଥିଲା । ଏଣିିକି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର, ରିଲିଫ ଓ ରିଷ୍ଟୋରେସନରେ ଏହା ନିୟୋଜିତରେ ଆଇନଗତ ମାନ୍ୟତା ମିଳିବ । ପୂର୍ବରୁ ଏହାର ନାଁ ଓଡ଼ିଶା ଅଗ୍ନିଶମ ସେବା ଥିଲେ ମଧ୍ୟ ବିଭିନ୍ନ ଜରୁରୀକାଳୀନ ସମୟରେ ଅନେକ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା।




