ମାଲେସିଆ ଯିବେ ଓଡିଶା ଚାଷୀ

ଭୁବନେଶ୍ୱର : ବିଦେଶ ବୁଲିବେ ଓଡିଶା ଚାଷୀ । ମାଲେସିଆରୁ ଶିଖିବେ ଚାଷ କୌଶଳ । ଆସନ୍ତା କାଲି ଠାରୁ କୃଷି ଅଧିକାରୀଙ୍କ ସହିତ ମାଲେସିଆ ଗସ୍ତରେ ଯିବେ ଓଡିଶା ଚାଷୀ । ରାଜ୍ୟରୁ ବିଭିନ୍ନ ଅଂଚଳରୁ ୧୪ ଜଣ ଚାଷୀଙ୍କ ସହିତ ୧୪ ଜଣ କୃଷି ଅଧିକାରୀ ୮ ଦିନ ପାଇଁ ମାଲେସିଆ ଗସ୍ତରେ ଓଡ଼ିଶା ଚାଷୀ । କାର୍ଯ୍ୟକ୍ରମର ଦାୟିତ୍ୱ ବହନ କରିବ ନାବାର୍ଡ ଓ ବିଶ୍ୱ ବ୍ୟାଙ୍କ । ମାଲେସିଆ ଗସ୍ତରେ ଯାଇ […]

ମାଲେସିଆ ଯିବେ ଓଡିଶା ଚାଷୀ
Samaya Live Picture
Published On

ଭୁବନେଶ୍ୱର : ବିଦେଶ ବୁଲିବେ ଓଡିଶା ଚାଷୀ । ମାଲେସିଆରୁ ଶିଖିବେ ଚାଷ କୌଶଳ । ଆସନ୍ତା କାଲି ଠାରୁ କୃଷି ଅଧିକାରୀଙ୍କ ସହିତ ମାଲେସିଆ ଗସ୍ତରେ ଯିବେ ଓଡିଶା ଚାଷୀ । ରାଜ୍ୟରୁ ବିଭିନ୍ନ ଅଂଚଳରୁ ୧୪ ଜଣ ଚାଷୀଙ୍କ ସହିତ ୧୪ ଜଣ କୃଷି ଅଧିକାରୀ ୮ ଦିନ ପାଇଁ ମାଲେସିଆ ଗସ୍ତରେ ଓଡ଼ିଶା ଚାଷୀ । କାର୍ଯ୍ୟକ୍ରମର ଦାୟିତ୍ୱ ବହନ କରିବ ନାବାର୍ଡ ଓ ବିଶ୍ୱ ବ୍ୟାଙ୍କ ।

ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ ଚାଷୀ ଓ କୃଷି ଅଧିକାରୀ । ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବା ପାଇଁ ମଧ୍ୟ ସେଠାରେ ସୁଯୋଗ ମିଳିବ । ଆଜି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବ୍ୟବସାୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ହେଉଛି । ମାଲେସିଆ ଗସ୍ତ କାଳରେ ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ଓ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Tags: