ଆଜି ଠାରୁ ଓଡିଶା-ଦୁବାଇ ବିମାନ ସେବା ଆରମ୍ଭ

ଭୁବନେଶ୍ୱର :ବିମାନଯାତ୍ରୀଙ୍କ ଲାଗି ଖୁସି ଖବର । ଏଣିକି ଓଡିଶାରୁ ଦୁବାଇ ସିଧା ବିମାନ ସେବା ଆରମ୍ଭ ହେଲା I ଆଜିଠାରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧା ଦୁବାଇକୁ ଉଡିବ ବିମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି I ସଂଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଉଡାଣ ଭରିବା ପରେ,ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ । ଭୁବନେଶ୍ୱର ବିମାନ ବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ […]

Samaya Live Picture
Published On

ଭୁବନେଶ୍ୱର :ବିମାନଯାତ୍ରୀଙ୍କ ଲାଗି ଖୁସି ଖବର । ଏଣିକି ଓଡିଶାରୁ ଦୁବାଇ ସିଧା ବିମାନ ସେବା ଆରମ୍ଭ ହେଲା I ଆଜିଠାରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧା ଦୁବାଇକୁ ଉଡିବ ବିମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି I ସଂଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଉଡାଣ ଭରିବା ପରେ,ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ । ଭୁବନେଶ୍ୱର ବିମାନ ବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକଟର ଦାମ ୧୦ ହଜାର ଟଙ୍କା ରହିଛି । ଉଭୟ ଯିବା ଆସିବା ପାଇଁ ଟିକଟ ଦାମ ରହିଛି ୨୦ ହଜାର ଟଙ୍କା । ନିଜ ଉଦ୍ୟମରେ ବିଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ କରାଯାଉଛି । ସପ୍ତାହକ ମଧ୍ୟରେ ଭୁବନେଶ୍ୱର-ଦୁବାଇ ମଧ୍ୟରେ ୩ ଦିନ ଉଡ଼ାଣ ଭରିବ ବିମାନ । ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ବିମାନ ଉଡାଣ କରିବ । ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ ।

ଏହା ସେବା ଦ୍ୱାରା ସହଜରେ ଓ ସୁଲଭ ଦରରେ ଗଲ୍‌ଫ, ୟୁରୋପ ଓ ପାଶ୍ଚାତ୍ୟ ଦେଶମାନଙ୍କୁ ଓଡ଼ିଶାବାସୀଙ୍କୁ ଭ୍ରମଣର ସୁଯୋଗ ଆଣିଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ବାଟ ଫିଟାଇବ। ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତିର ସୁଯୋଗ ଆଣିଦେବ ବୋଲି ସେ କହିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଅନ୍ତର୍ଜାତୀୟ ବିମାନ ସେବାକୁ ପ୍ରୋତ୍ସାହିତ କରିଛି। ସପ୍ତାହରେ ତିନି ଦିନ ଚଳାଚଳ କରିବ ଫ୍ଲାଇଟ୍‌ । ସେହିଭଳି ଆଇଟି ଓ ମାନୁଫକଚରିଂ ଭଳି କ୍ଷେତ୍ର ଅଧିକ ଲାଭବାନ ହେବା ସହ ଓଡ଼ିଶା ପାଇଁ ନୂଆ ସମ୍ଭାବନା ଆଣିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

Tags: