ଗଠନ ହେଲା ଷଷ୍ଠ ଅର୍ଥ କମିଶନ

ଭୁବନେଶ୍ୱର:ଗଠନ ହେଲା ଷଷ୍ଠ ଅର୍ଥ କମିଶନ।ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର। ଅବସରପ୍ରାପ୍ତ IAS ଅରୁଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ ହୋଇଛି। କମିଶନର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ୩ ସଦସ୍ୟ ସ୍ଥାନ ପାଇଛନ୍ତି।XIMB ପ୍ରଫେସର ଅସିତ ରଂଜନ ମହାନ୍ତି,ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଟିସ୍‌ ପ୍ରଫେସର ଡ. ବିଭୂପ୍ରସାଦ ନାୟକ ଏହି ଟିମରେ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେହିପରି ଅର୍ଥ ବିଭାଗ ଅତିରିକ୍ତ ସଚିବ […]

Samaya Live Picture
Published On

ଭୁବନେଶ୍ୱର:ଗଠନ ହେଲା ଷଷ୍ଠ ଅର୍ଥ କମିଶନ।ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର। ଅବସରପ୍ରାପ୍ତ IAS ଅରୁଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ ହୋଇଛି। କମିଶନର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ୩ ସଦସ୍ୟ ସ୍ଥାନ ପାଇଛନ୍ତି।XIMB ପ୍ରଫେସର ଅସିତ ରଂଜନ ମହାନ୍ତି,ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଟିସ୍‌ ପ୍ରଫେସର ଡ. ବିଭୂପ୍ରସାଦ ନାୟକ ଏହି ଟିମରେ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେହିପରି ଅର୍ଥ ବିଭାଗ ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥ ମେମ୍ବର ସେକ୍ରେଟାରୀ ଭାବେ ଦାୟିତ୍ୱ ନେଇଛନ୍ତି।

Tags: