ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ ଦଳୀୟ ନେତାଙ୍କ ପାଇଁ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା। ଯାହାଫଳରେ ଦଳର ଭାବମୂର୍ତିକୁ କ୍ଷତି ହେବ ନାହିଁ। ସୂଚନା ଅନୁଯାୟୀ, କୌଣସି ଘଟଣା ସମ୍ପର୍କରେ ଗଣମାଧ୍ଯମ ଓ ସାମାଜିକ ଗଣମାଧ୍ଯମରେ ମତ ଦେବା ପୂର୍ବରୁ ନେତୃବୃନ୍ଦ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଥବା ମିଡିଆ କମିଟି ଅଧ୍ୟକ୍ଷଙ୍କ ସହ ପରାମର୍ଶ କରିବେ। କୌଣସି ଘଟଣାରେ ଦଳର ଆଭିମୁଖ୍ୟ ଓ ନିଷ୍ପତି କ’ଣ ହେବ, ସେ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ […]

ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା
Samaya Live Picture
Published On

ଭୁବନେଶ୍ୱର: ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ନେଇ ଦଳୀୟ ନେତାଙ୍କ ପାଇଁ କଂଗ୍ରେସ ଜାରି କଲା ନିର୍ଦ୍ଦେଶନାମା। ଯାହାଫଳରେ ଦଳର ଭାବମୂର୍ତିକୁ କ୍ଷତି ହେବ ନାହିଁ।

ସୂଚନା ଅନୁଯାୟୀ, କୌଣସି ଘଟଣା ସମ୍ପର୍କରେ ଗଣମାଧ୍ଯମ ଓ ସାମାଜିକ ଗଣମାଧ୍ଯମରେ ମତ ଦେବା ପୂର୍ବରୁ ନେତୃବୃନ୍ଦ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଥବା ମିଡିଆ କମିଟି ଅଧ୍ୟକ୍ଷଙ୍କ ସହ ପରାମର୍ଶ କରିବେ।

କୌଣସି ଘଟଣାରେ ଦଳର ଆଭିମୁଖ୍ୟ ଓ ନିଷ୍ପତି କ’ଣ ହେବ, ସେ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଗଣମାଧ୍ଯମକୁ ଯିବା ପୂର୍ବରୁ ସେମାନଙ୍କର ମତାମତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଥବା ମିଡିଆ କମିଟି ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ। ଯାହାକି, ଉକ୍ତ ଘଟଣାରେ ଦଳର ଆଭିମୁଖ୍ୟ କ’ଣ ହେବ ତାହା ସ୍ପଷ୍ଟ ହୋଇପାରିବ ଏବଂ ଦଳ ଲାଭବାନ ହୋଇପାରିବ।

Tags: