ମୟୂରଭଞ୍ଜରେ ୩୭୫ କୋଟିର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ୩୭୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଳାର ପାଟପୁର ଅଞ୍ଚଳରେ ଆୟୋଜିତ ‘ବିକାଶ ପଥେ ମୟୂରଭଞ୍ଜ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ କାର୍ଯ୍ୟକାରୀ ହୋଇଥିବା ୫୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରାୟ ୨୭୫ କୋଟି ଟଙ୍କା ବିନିମୟରେ ୧୦୬ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗର ଏହି […]

Samaya Live Picture
Published On

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ୩୭୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଉଦଳାର ପାଟପୁର ଅଞ୍ଚଳରେ ଆୟୋଜିତ ‘ବିକାଶ ପଥେ ମୟୂରଭଞ୍ଜ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ କାର୍ଯ୍ୟକାରୀ ହୋଇଥିବା ୫୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରାୟ ୨୭୫ କୋଟି ଟଙ୍କା ବିନିମୟରେ ୧୦୬ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି।

ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗର ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ବିକାଶରେ ଏକ ନୂତନ ଦିଗ ଯୋଡ଼ିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

Tags: