ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ପଞ୍ଜିକରଣ ଅଧ୍ୟାଦେଶ
ଭୁବନେଶ୍ୱର : ଫ୍ଲାଟ ମାଲିକଙ୍କ ପାଇଁ ଖୁସି ଖବର I ଏଣିକି ପାଇ ପାଇପାରିବେ ନିଜ ଫ୍ଲାଟର ମାଲିକାନା ସତ୍ତ୍ଵ I ବହୁ ବାଦ ବିବାଦ ପରେ ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ଏହି ଅଧ୍ୟାଦେଶ । ଏହା ଉଭୟ ଫ୍ରି’ ଓ ଲିଜ୍ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ […]
ଭୁବନେଶ୍ୱର : ଫ୍ଲାଟ ମାଲିକଙ୍କ ପାଇଁ ଖୁସି ଖବର I ଏଣିକି ପାଇ ପାଇପାରିବେ ନିଜ ଫ୍ଲାଟର ମାଲିକାନା ସତ୍ତ୍ଵ I ବହୁ ବାଦ ବିବାଦ ପରେ ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ଏହି ଅଧ୍ୟାଦେଶ । ଏହା ଉଭୟ ଫ୍ରି’ ଓ ଲିଜ୍ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ।
ପ୍ରକଳ୍ପର ୫୦% କିମ୍ବା ୭ ଟି ଘର ବୁକ୍ ହୋଇଥିଲେ ଆସୋସିଏସନ ଗଠନ ହୋଇପାରିବ । ଗୋଟିଏ ପ୍ରକଳ୍ପ ପାଇଁ ଗଠନ ହେବ ଗୋଟିଏ ଆସୋସିଏସନ୍ ଏବଂ ସବୁ ଆପାର୍ଟମେଣ୍ଟ କ୍ରେତା ଆସୋସିଏସନ୍ ସଦସ୍ୟ ହେବାକୁ ବାଧ୍ୟ । ବାଇ-ଲ ଅନୁସାରେ ଆସୋସିଏସନ୍ ପାଇଁ ନିର୍ବାଚନ କରାଯିବ । ଏହି ଆଇନର ଧାରା-୨୫ ଅନୁସାରେ ଜଣେ ଆପିଲେଟ୍ ଅଥରିଟି ମଧ୍ୟ ନିଯୁକ୍ତ ହେବେ ।
ଅଧ୍ୟାଦେଶ ବଳରେ ଏଣିକି ଆପାର୍ଟମେଣ୍ଟ ମାଲିକଙ୍କ ବେଆଇନ କାର୍ଯ୍ୟ ଉପରେ ନିୟନ୍ତ୍ରଣ ଆସିବ ବୋଲି ଆଶା କରାଯାଉଛି। ଯେଉଁ ଆପାର୍ଟମେଣ୍ଟ ମାଲିକମାନେ ଏହି ନିୟମ ଉଲଘଂନ କରିବେ ସେମାନଙ୍କ ବିରୋଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରିବ ବୋଲି ଏହି ଆଇନରେ ବ୍ୟବସ୍ଥା କରାଯାଇଛି। ଅଧ୍ୟାଦେଶ ଆସିବା ଫଳରେ ପ୍ରାୟ ବର୍ଷେ ତଳୁ ବନ୍ଦ ହୋଇ ରହିଥିବା ଫ୍ଲାଟ କିଣାବିକା ଏବେ ପୁଣି ଥରେ ଆରମ୍ଭ ହେବ ଆଶା କରାଯାଉଛି।
ଅଧ୍ୟାଦେଶରେ ବିଲଡର ବା ଆପାର୍ଟମେଣ୍ଟ ନିର୍ମାତାଙ୍କ ଉପରେ ନିୟନ୍ତ୍ରଣ ପାଇଁ କଠୋର ବ୍ୟବସ୍ଥା କରାଯାଇଛି । ନିର୍ମାତାମାନେ ଅକୁପାନ୍ସି ସାର୍ଟିଫିକେଟ୍ ପାଇବାର ୩ ମାସ ମଧ୍ୟରେ ଘରର ପଜିସନ୍ ଘର ମାଲିକଙ୍କୁ ଦେବାକୁ ବାଧ୍ୟ । ନିୟମ ଉଲ୍ଲଂଘନ କଲେ ମାଲିକଙ୍କ ଉପରେ ୫ ଲକ୍ଷ ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି ଅଧ୍ୟାଦେଶରେ ।
ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକାକୁ ନେଇ ଅନେକ ଆପତ୍ତି ଅଭିଯୋଗ ଉଠିଥିଲା। ବିଶେଷକରି ଆପାର୍ଟମେଣ୍ଟରେ ସର୍ବସାଧାରଣ ସ୍ଥାନ ଉପରେ ମାଲିକାନାକୁ ନେଇ ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ବିବାଦ ଦେଖାଦେଉଥିଲା। ରାଜ୍ୟରେ ଆପାର୍ଟମେଣ୍ଟ ପଂଜୀକରଣ ବେଆଇନ୍ ଭାବେ ଚାଲୁଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ମେ’ ୨୦୨୨ରେ ହାଇକୋର୍ଟ ରାଜ୍ୟରେ ଫ୍ଲାଟ୍ କିଣାବିକା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିଲେ । ଏବେ ଅଧ୍ୟାଦେଶ ଆସିବା ପରେ ଖୁବଶୀଘ୍ର ନିୟମ ବି ଆସିଯିବ ।




