ରାଜ୍ୟରେ ଆରମ୍ଭ ହେବ ‘ଓଡ଼ିଶା AI ମିଶନ’ ,ତାଲିମ ନେବେ ରାଜ୍ୟ ସରକାରୀ କର୍ମଚାରୀ

ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତା ବା ଏଆଇ ତାଲିମ ନେବେ ରାଜ୍ୟ ସରକାରୀ ଅଫିସର । ଏ.ଆଇ ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କର୍ମଶାଳା । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ କର୍ମଶାଳାର ଆୟୋଜିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ […]

ରାଜ୍ୟରେ ଆରମ୍ଭ ହେବ ‘ଓଡ଼ିଶା AI ମିଶନ’ ,ତାଲିମ ନେବେ ରାଜ୍ୟ ସରକାରୀ କର୍ମଚାରୀ
Samaya Live Picture
Published On

ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତା ବା ଏଆଇ ତାଲିମ ନେବେ ରାଜ୍ୟ ସରକାରୀ ଅଫିସର । ଏ.ଆଇ ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କର୍ମଶାଳା । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ କର୍ମଶାଳାର ଆୟୋଜିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ଥିଲା ପ୍ରଥମ କର୍ମଶାଳା । ପର୍ଯ୍ୟାୟ କ୍ରମେ ରାଜ୍ୟର ସମସ୍ତ ଅଫିସରମାନଙ୍କୁ ଏ.ଆଇ ରେ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଅଫିସରଙ୍କୁ ଏଆଇରେ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଆଇକୁ ଡାଟା ସମର୍ଥିତ ଦୃଷ୍ଟିଭଙ୍ଗୀ ଆପଣାଇ ବିଭିନ୍ନ ସରକାରୀ ବିଭାଗ ଜନସେବା ବିତରଣ ବ୍ୟବସ୍ଥାକୁ କିଭଳି ପ୍ରଭାବୀ ଢଙ୍ଗରେ ପରିଚାଳିତ କରିବା ଏହି କର୍ମଶାଳାର ମୌଳିକ ଲକ୍ଷ୍ୟ।

ମୁଖ୍ୟ ସଚିବ କହିଥିଲେ, ଆଜି ଯାହା କଷ୍ଟକର ମନେହେଉଛି, ଆସନ୍ତାକାଲି ତାହା AI ର ପ୍ରୟୋଗ ମାଧ୍ୟମରେ ସହଜସାଧ୍ୟ ବୋଲି ପ୍ରମାଣିତ ହେବ । ଏହା ସହିତ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଘଟୁଥିବା ଦ୍ରୁତ ନବସୃଜନ ଯୋଗୁଁ ଏଆଇ ସମ୍ପର୍କରେ ସରକାରୀ ଅଧିକାରୀମାନେ ଜାଣିବା ଓ ବୁଝିବା ଜରୁରୀ ହୋଇପଡ଼ିଛି । ଖୁବଶୀଘ୍ର ରାଜ୍ୟର ସ୍ବତନ୍ତ୍ର ଏ.ଆଇ. ପଲିସି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ସୂଚନା ଦେଇଥିଲେ । ବିଭିନ୍ନ କ୍ଷେତ୍ର ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ‘ଓଡ଼ିଶା ଏ.ଆଇ. ମିଶନ’ ମଧ୍ୟ ଆରମ୍ଭ କରାଯିବାପାଇଁ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ନାସ୍‍କମ୍ ଓ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନ ସହ ବୁଝାମଣାପତ୍ର ସ୍ୱାକ୍ଷର ମଧ୍ୟ କରାଯାଇଛି ।

Tags: