ଓଡ଼ିଆ ପୁଅ ହେଲେ ଜାମ୍ମୁ-କାଶ୍ମୀର ଡିଜିପି

ଭୁବନେଶ୍ୱର : ଜାମ୍ମୁ-କାଶ୍ମୀର ପୋଲିସ ମହାନିର୍ଦେଶକ (ଡିଜିପି) ହେଲେ ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ । ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । AGMUT କ୍ୟାଡର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁ । ରଶ୍ମୀରଂଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । ସେପ୍‌ଟେମ୍ବର ୩୦ ପର୍ଯ୍ୟନ୍ତ […]

Samaya Live Picture
Published On

ଭୁବନେଶ୍ୱର : ଜାମ୍ମୁ-କାଶ୍ମୀର ପୋଲିସ ମହାନିର୍ଦେଶକ (ଡିଜିପି) ହେଲେ ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ । ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । AGMUT କ୍ୟାଡର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁ । ରଶ୍ମୀରଂଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । ସେପ୍‌ଟେମ୍ବର ୩୦ ପର୍ଯ୍ୟନ୍ତ ଡିଜିପି ଭାବେ କାର୍ଯ୍ୟକରିବେ ରଶ୍ମୀ ।

ସୂଚନାଯୋଗ୍ୟ ଯେ, ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ୱାଇଁ ଏହା ପୂର୍ବରୁ ଜାମ୍ମୁକାଶ୍ମୀର ପୋଲିସର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ହେଲେ ଏବେ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ୧୯୯୧ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ରଶ୍ମୀରଞ୍ଜନ ସ୍ୱାଇଁ । ଜାମ୍ମୁକାଶ୍ମୀରର ଡିଜିପି ହେବା ପୂର୍ବରୁ ସେ ଶ୍ରୀନଗର ଓ ଜମ୍ମୁରେ ଏସଏସପି ମଧ୍ୟ ରହିସାରିଛନ୍ତି । ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ୟ୍ୟନ୍ତ ସେ ଜମ୍ମୁରେ ଏସଏସପି ଦାୟିତ୍ୱରେ ଥିଲେ ।

Tags: