ବିଦେଶ ମାଟିରେ ଚମକିଲେ ଓଡ଼ିଆଣୀ

ଭୁବନେଶ୍ୱର :ଆମେ ଓଡ଼ିଆ..ଭାରି ବଢିଆ । ଖାଲି ଦେଶରେ ନୁହେଁ ବିଦେଶରେ ବି ଚମକିଲେ ଓଡ଼ିଆଣୀ I ବିଦେଶ ମାଟିରେ ଚମକିଲା ଓଡ଼ିଶାର ଶାଢ଼ୀ ପରମ୍ପରା I ପୁରା ଓଡ଼ିଆଣୀ ବେଶରେ ବିଦେଶ ମାଟିରେଦୌଡି ସମସ୍ତଙ୍କୁ ଚକିତ କରିଦେଲେ । ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିଲୋମିଟର ରାସ୍ତା ଦୌଡିଲେ । ଏହି ଓଡ଼ିଆଣି ହେଉଛନ୍ତି ମଧୁସ୍ମିତା ଜେନା । ବ୍ରିଟେନର ମଞ୍ଚେଷ୍ଟାରରେ ଆୟାଜିତ ଏକ ମାରାଥନରେ ନାଲି ପ୍ରିଣ୍ଟେଡ ସମ୍ବଲପୁରୀ ଶାଢୀ ପିନ୍ଧି ସେ ୪୨.୨ […]

Samaya Live Picture
Published On

ଭୁବନେଶ୍ୱର :ଆମେ ଓଡ଼ିଆ..ଭାରି ବଢିଆ । ଖାଲି ଦେଶରେ ନୁହେଁ ବିଦେଶରେ ବି ଚମକିଲେ ଓଡ଼ିଆଣୀ I ବିଦେଶ ମାଟିରେ ଚମକିଲା ଓଡ଼ିଶାର ଶାଢ଼ୀ ପରମ୍ପରା I ପୁରା ଓଡ଼ିଆଣୀ ବେଶରେ ବିଦେଶ ମାଟିରେଦୌଡି ସମସ୍ତଙ୍କୁ ଚକିତ କରିଦେଲେ । ସମ୍ବଲପୁରୀ ଶାଢୀ ପିନ୍ଧି ୪୨ କିଲୋମିଟର ରାସ୍ତା ଦୌଡିଲେ । ଏହି ଓଡ଼ିଆଣି ହେଉଛନ୍ତି ମଧୁସ୍ମିତା ଜେନା । ବ୍ରିଟେନର ମଞ୍ଚେଷ୍ଟାରରେ ଆୟାଜିତ ଏକ ମାରାଥନରେ ନାଲି ପ୍ରିଣ୍ଟେଡ ସମ୍ବଲପୁରୀ ଶାଢୀ ପିନ୍ଧି ସେ ୪୨.୨ କିମି ଦୌଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଶାଢୀ ପିନ୍ଧି ଏତେ ବାଟ ଦୌଡିବା ନିଶ୍ଚିତ ଭାବେ ଏକ କଷ୍ଟକର ବ୍ୟାପର । ତଥାପି ଏହାକୁ କରି ଦେଖାଇଛନ୍ତି ମଧୁସ୍ମିତା । ସେ ପୁରା ମାରାଥନ ଦୌଡିଥିଲେ । ମାତ୍ର ୪ଘଣ୍ଟା ୫୦ ମିନିଟ ମଧ୍ୟରେ ସେ ୪୨.୨ କିମି ଦୂରତା ଅତିକ୍ରମ କରିଛନ୍ତି । ମଧୁସ୍ମିତା ମଞ୍ଚେଷ୍ଟରରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି । ସେ ନର୍ଥ ୱେଷ୍ଟ ଇଂଲଣ୍ଡର ଓଡ଼ିଆ କମ୍ୟୁନିଟିର ଜଣେ ସକ୍ରିୟ ସଦସ୍ୟ ହେବା ସହିତ ସେ ଦେଶ, ବିଦେଶରେ ଆୟାଜିତ ମାରାଥନରେ ସେ ଭାଗ ନେଇଥାନ୍ତି ।

ଏ ବିଷୟରେ ମଧ୍ହୁସ୍ମିତା କହିଥାନ୍ତି ,ମାରାଥନରେ ଶାଢ଼ୀ ପିନ୍ଧି ଦୌଡିବା ପାଇଁ ସେ ତାଙ୍କ ,ଜେଜେମା’ଓ ମାଙ୍କ ଠାରୁ ପ୍ରେରଣା ପାଇଥିଲେ I କାରଣ ସେମାନେ ଶାଢ଼ୀ ପିନ୍ଧି ସବୁ କାମ ସୁରୁଖୁରୁରେ କରି ପାରନ୍ତି I ମଧୁସ୍ମିତା ଙ୍କର ଘର କେନ୍ଦ୍ରାପଡ଼ାଠାରୁ ୩୦ କିମି.ଦୂର କୁସୁପୁର ଠାରେ I ତେଣୁ ମୁଁ ଜଣେ ଓଡ଼ିଆ ହୋଇ ଆମ ପାରମ୍ପରିକ ଶାଢୀରେ ଦୌଡିବା ପାଇଁ ଚାହିଁଲି ଏବଂ ସଫଳ ହେଲି I

ମଧୁସ୍ମିତାଙ୍କର ଏହି ମାରାଥନ ଦୌଡର ଫଟୋକୁ ରାଜେଶ ଭଟ୍ଟ ନାମକ ଜଣେ ବ୍ୟକ୍ତି ଟୁଇଟରରେ ସେୟାର କରିଛନ୍ତି । ସେ ମଧୁସ୍ମିତାଙ୍କୁ ପ୍ରଶଂସା କରିବା ସହ ଏହାର କ୍ୟାପ୍ସନରେ ଲେଖିଛନ୍ତି, ‘ଓଡ଼ିଆ ମାରାଥନର ମଧୁସ୍ମିତା ଜେନାଙ୍କ ପାଇଁ ବହୁତ ବଡ ଉପଲବ୍ଧି । ଏପ୍ରିଲ ୧୬ରେ ଏଠାରେ ଆୟୋଜିତ ମଞ୍ଚେଷ୍ଟର ମାରାଥନରେ ସେ ଶାଢୀ ପିନ୍ଧି ଦୌଡିଥିଲେ । ସେ ପୁରା ମାରାଥନରେ ୪୨.୨ କିମି ଦୌଡିଥିଲେ । ଏହା କଷ୍ଟକର ଥିଲେ ହେଁ ମଧୁ ଏହି ମାରାଥନ ସମ୍ପୂର୍ଣ୍ଣ କରିଥିଲା ।’

Tags: