ନେପାଳରୁ ଫେରିଲେ ଓଡ଼ିଆ ପର୍ଯ୍ୟଟକ
ଭୁବନେଶ୍ୱର : ନେପାଳରେ ଜେନ – ଜି ପିଢ଼ିର ଭୟଙ୍କର ଆତଙ୍କରାଜ ପରେ ସ୍ଥିତି ସାମାନ୍ୟ ଆୟତ୍ତକୁ ଆସିଛି । ଏହି ଦଙ୍ଗା ସମୟରେ ଓଡ଼ିଶାର କିଛି ପର୍ଯ୍ୟଟକ ସେଠାରେ ଫସି ରହିଥିଲେ । ଗତକାଲି ନେପାଳରୁ ଯାଜପୁର ଫେରିଛନ୍ତି ୧୦ ପରିବାର । ୨୩ ଜଣ ସଦସ୍ୟ ସୁରକ୍ଷିତ ଭାବେ ଯାଜପୁର ଫେରିଛନ୍ତି । ହାୱଡା- ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସରେ ଆସି ଯାଜପୁର ରୋଡ ରେଳଷ୍ଟେସନରେ ଓହ୍ଲାଇଛନ୍ତି ପର୍ଯ୍ୟଟକ । ପଶୁପତିନାଥଙ୍କ ଦର୍ଶନ ପାଇଁ ନେପାଳ […]
ଭୁବନେଶ୍ୱର : ନେପାଳରେ ଜେନ – ଜି ପିଢ଼ିର ଭୟଙ୍କର ଆତଙ୍କରାଜ ପରେ ସ୍ଥିତି ସାମାନ୍ୟ ଆୟତ୍ତକୁ ଆସିଛି । ଏହି ଦଙ୍ଗା ସମୟରେ ଓଡ଼ିଶାର କିଛି ପର୍ଯ୍ୟଟକ ସେଠାରେ ଫସି ରହିଥିଲେ । ଗତକାଲି ନେପାଳରୁ ଯାଜପୁର ଫେରିଛନ୍ତି ୧୦ ପରିବାର । ୨୩ ଜଣ ସଦସ୍ୟ ସୁରକ୍ଷିତ ଭାବେ ଯାଜପୁର ଫେରିଛନ୍ତି । ହାୱଡା- ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସରେ ଆସି ଯାଜପୁର ରୋଡ ରେଳଷ୍ଟେସନରେ ଓହ୍ଲାଇଛନ୍ତି ପର୍ଯ୍ୟଟକ । ପଶୁପତିନାଥଙ୍କ ଦର୍ଶନ ପାଇଁ ନେପାଳ ଯାଇଥିବା ବେଳେ, ଜେନ-ଜି ବିକ୍ଷୋଭ ଯୋଗୁଁ ସମସ୍ତେ ଫସି ରହିଥିଲେ । ପରେ ବୁଲାଇବାକୁ ନେଇଥିବା ଟ୍ରାଭେଲ୍ ସଂସ୍ଥା ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଅଣାଯାଇଛି ।




