ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ: ଖିଲାପ ଉଲ୍ଲଙ୍ଘନ କଲେ ଦେବାକୁ ପଡିବ ଜରିମାନା

କଟକ:ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍ ୧୯୫୬ର ଧାରା ୪(୨) ଅନୁଯାୟୀ ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡିକ ସମ୍ମୁଖରେ ସ୍ପଷ୍ଟ ଭାବରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଇନର ଖିଲାପ କଲେ ଉଲ୍ଲଙ୍।ନକାରୀଙ୍କ ବିରୁଦ୍ଧରେ ପ୍ରଥମଥର ଖିଲାପ ନିମନ୍ତେ ୫ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଥର ଖିଲାପ ନିମନ୍ତେ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରିବାର ବିଧିବ୍ୟବସ୍ଥା ରହିଛି।ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ତଥା […]

Samaya Live Picture
Published On

କଟକ:ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍ ୧୯୫୬ର ଧାରା ୪(୨) ଅନୁଯାୟୀ ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡିକ ସମ୍ମୁଖରେ ସ୍ପଷ୍ଟ ଭାବରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଇନର ଖିଲାପ କଲେ ଉଲ୍ଲଙ୍।ନକାରୀଙ୍କ ବିରୁଦ୍ଧରେ ପ୍ରଥମଥର ଖିଲାପ ନିମନ୍ତେ ୫ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଥର ଖିଲାପ ନିମନ୍ତେ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରିବାର ବିଧିବ୍ୟବସ୍ଥା ରହିଛି।ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ତଥା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ବ୍ୟବହାର ନିମନ୍ତେ ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡିକରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ନାମଫଳକ ପ୍ରଦର୍ଶନ ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକର ମାଲିମାନଙ୍କୁ ଏହି ନିୟମ ପ୍ରତିପାଳନ ନିମନ୍ତେ ଅନୁରୋଧ କରାଯାଉଛି।ଏହାକୁ ସୁନିଶ୍ଚିତ କରିବା ପାଇଁ ଶ୍ରମ ନିର୍ଦ୍ଦେଶାଳୟର ଅଧିକାରୀ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ଯାଂଚ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

Tags: