ସିକ୍କିମ ବନ୍ୟାରେ ଓଡ଼ିଆ ଯବାନ ସହିଦ

ଢେଙ୍କାନାଳ : ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ I ମଙ୍ଗଳବାର ରାତି ୧୦ଟାରୁ ବନ୍ୟା ଜଳରେ ଭାସିଯାଇ ନିଖୋଜ ଥିଲେ ଓଡ଼ିଆ ଯବାନ ସରୋଜ ଦାସ I ତାଙ୍କ ସହିତ ଆଉ ୨୨ ଜଣ ଯବାନ ମଧ୍ୟ ଭାସିଯାଇ ନିଖୋଜ ହୋଇଯାଇଥିଲେ I ନିଖୋଜ ସରୋଜ ଦାସଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁରେ I ତାଙ୍କ ବାପାଙ୍କ ନାଁ ରାମଚନ୍ଦ୍ର ଦାସ I ସେ ଘରର ସାନପୁଅଥିଲେ I […]

Samaya Live Picture
Published On

ଢେଙ୍କାନାଳ : ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ I ମଙ୍ଗଳବାର ରାତି ୧୦ଟାରୁ ବନ୍ୟା ଜଳରେ ଭାସିଯାଇ ନିଖୋଜ ଥିଲେ ଓଡ଼ିଆ ଯବାନ ସରୋଜ ଦାସ I ତାଙ୍କ ସହିତ ଆଉ ୨୨ ଜଣ ଯବାନ ମଧ୍ୟ ଭାସିଯାଇ ନିଖୋଜ ହୋଇଯାଇଥିଲେ I ନିଖୋଜ ସରୋଜ ଦାସଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁରେ I ତାଙ୍କ ବାପାଙ୍କ ନାଁ ରାମଚନ୍ଦ୍ର ଦାସ I ସେ ଘରର ସାନପୁଅଥିଲେ I ଗତ ୭ ମାସ ପୂର୍ବରୁ ବିବାହ କରିଥିଲେ ସରୋଜ I ସରୋଜଙ୍କ ମୃତଦେହ ଚିହ୍ନଟ କଲେ ପରିବାର ଲୋକ । ସରୋଜ କୁମାର ଦାସଙ୍କ ଅକାଳ ବିୟୋଗରେ ଗାଁରେ ଏବେ ବି ଶୋକାକୁଳ ପରିବେଶ ଲାଗି ରହିଛି।

Tags: