ଶାଗ ମୁଗ

ଦିବ୍ୟ ବ୍ୟଞ୍ଜନ

ଶାଗ ମୁଗ
Ipsita Picture
By: Ipsita
Published On

 

 

ସାମଗ୍ରୀ

ଭଜା ମୁଗ ଡାଲି : ୧/୨ କପ, କୋଶଳା ଶାଗ: ୧ ବିଡା (ଭଲ ଭାବରେ ଧୋଇ କାଟି ରଖନ୍ତୁ), ପରିବା : କଖାରୁ, ସାରୁ, କଞ୍ଚା କଦଳୀ, ଦେଶୀ ଆଳୁ ଓ ବାଇଗଣ (ଛୋଟ ଛୋଟ ଖଣ୍ଡ କରି କଟା), କୋରା ନଡ଼ିଆ : ୧/୪ କପ୍, ଘିଅ : ୨ ରୁ ୩ ଚାମଚ, ଗୋଟା ଜିରା: ୧ ଚାମଚ, ଗୋଲମରିଚ  :  ୧/୨ ଚାମଚ (ସଦ୍ୟ ବଟା/ଗୁଣ୍ଡ),  ହେଙ୍ଗୁ : ୧/୪ ଚାମଚ, ସୋରିଷ : ୧/୨ ଚାମଚ, ହଳଦୀ ଗୁଣ୍ଡ ଓ ଲୁଣ (ସେନ୍ଧବ ଲୁଣ): ସ୍ୱାଦ ଅନୁସାରେ, ତେଜପତ୍ର : ୧-୨ ଟି ।

 ପ୍ରସ୍ତୁତି

ପ୍ରଥମେ ମୁଗ ଡାଲିକୁ ସାମାନ୍ୟ ଭାଜି ଧୋଇ ଦିଅନ୍ତୁ । ଦେଶୀ ହାଣ୍ଡି କିମ୍ବା କୋରାଇରେ ଆବଶ୍ୟକ ପରିମାଣର ପାଣି, ହଳଦୀ, ଲୁଣ, ତେଜପତ୍ର ଓ ଭଜା ମୁଗ ଡାଲି ପକାଇ ସିଝିବାକୁ ଦିଅନ୍ତୁ। ଡାଲି ଅଧା ସିଝି ଆସିଲେ ସେଥିରେ କଟା ହୋଇଥିବା ପରିବା (କଖାରୁ, ସାରୁ, କଦଳୀ, ଆଳୁ) ମିଶାନ୍ତୁ। ପରିବା ନରମ ହୋଇ ଆସିଲେ କଟା ଶାଗ ଓ ବାଇଗଣ ପକାଇ ଭଲ ଭାବରେ ଗୋଳାଇ କିଛି ସମୟ ଫୁଟିବାକୁ ଛାଡ଼ନ୍ତୁ। ସବୁ ସାମଗ୍ରୀ ଭଲ ଭାବେ ସିଝି ମିଶିଗଲା ପରେ ସେଥିରେ କୋରା ନଡ଼ିଆ, ଜିରା-ଗୋଲମରିଚ ଗୁଣ୍ଡ ପକାଇ ଅଳ୍ପ ସମୟ ଆଞ୍ଚରେ ରଖନ୍ତୁ। ଶେଷରେ ଅନ୍ୟ ଏକ ପାତ୍ରରେ ଘିଅ ଗରମ କରି ସୋରିଷ, ଜିରା ଓ ହେଙ୍ଗୁର ଛୁଙ୍କ ପ୍ରସ୍ତୁତ କରି ସେହି ଶାଗ-ମୁଗ ମିଶ୍ରଣରେ ଢାଳି ତୁରନ୍ତ ଘୋଡ଼ାଇ ଦିଅନ୍ତୁ, ପ୍ରସ୍ତୁତ ହୋଇଯିବ ଶାଗମୁଗ ।

Tags: