ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’

ଭୁବନେଶ୍ବର: ଇତିହାସ ରଚିଲା ଓଡ଼ିଆ ଫିଲ୍ମ ନବକଳେବର । ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ପ୍ରଦର୍ଶିତ ହୋଇଥିଲା । ଏଥିପାଇଁ ରାଷ୍ଟ୍ରପତି ଭବନରୁ ଏହି ସିନେମା ର ସମସ୍ତ କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସିନେମାର ସମସ୍ତ କର୍ମକର୍ତା, ଏହାକୁ ଦେଖିଛନ୍ତି । କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ […]

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
Samaya Live Picture
Published On

ଭୁବନେଶ୍ବର: ଇତିହାସ ରଚିଲା ଓଡ଼ିଆ ଫିଲ୍ମ ନବକଳେବର । ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ପ୍ରଦର୍ଶିତ ହୋଇଥିଲା । ଏଥିପାଇଁ ରାଷ୍ଟ୍ରପତି ଭବନରୁ ଏହି ସିନେମା ର ସମସ୍ତ କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସିନେମାର ସମସ୍ତ କର୍ମକର୍ତା, ଏହାକୁ ଦେଖିଛନ୍ତି । କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ ।

ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ସିନେମା ନବକଳେବର, ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ, ଚଳଚ୍ଚିତ୍ର ଉପଦେଷ୍ଟା ବିଭୁପ୍ରସାଦ ମହାପାତ୍ର,ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ସହ ସିନେମାର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରମୁଖ ଉପସ୍ଥିତ ଥିଲେ। ସିନେମାର ମୁଖ୍ୟ କଳାକାର ସିଦ୍ଧାନ୍ତ ମହାପାତ୍ର , ଜ୍ୟୋତିରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନି ସଙ୍ଗୀତା, ପିଙ୍କି ପ୍ରଧାନ, ଅଂଶୁମାନ ଓ ଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’କୁ ଅପୂର୍ବ ସଫଳତା ମିଳିଛି ।

Tags: