ଘଡଘଡିଆ ଘାଣ୍ଟ

ଓଡିଆ ରୁଚି

ଘଡଘଡିଆ ଘାଣ୍ଟ
Ipsita Picture
By: Ipsita



ସାମଗ୍ରୀ - ଆଳୁ, ଶିମ୍ବ, ମୂଳା, କଖାରୁ, ବିନ୍‌, କୋବି, ବାଇଗଣ, ଗଜାମୁଗ, ବୁଟ, ମଟର, ନଡିଆ ଛୋଟଛୋଟ କଟା, ଜିରା ଗୁଣ୍ଡ,ଟମାଟୋ, ଧନିଆ ଗୁଣ୍ଡ, ହଳଦୀ, ଫୁଟଣ, ଶୁଖିଲା ଲଙ୍କା, ଘିଅ, ଗରମ ମସଲା, ଲଙ୍କା ଗୁଣ୍ଡ ।
ପ୍ରଣାଳୀ- ପ୍ରଥମେ ସମସ୍ତ ପରିବାକୁ ଛୋଟଛୋଟ କରି କାଟନ୍ତୁ । ଏହାପରେ ଏକ ପ୍ରେସରେ ଘିଅ ଗରମ କରି ଏଥିରେ ଜିରା ଫୁଟଣ କରି ସମସ୍ତ ପରିବା ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ । ଅଳ୍ପ ସମୟରେ ପରେ ଏଥିରେ ଗଜା ମୁଗ,ବୁଟ ଓ ମଟର ପକାନ୍ତୁ । ଏହାପରେ ଟମାଟୋ କଟା ପକାନ୍ତୁ । ଏହାପରେ ଏହି ପରିବାରେ ସମସ୍ତ ଗୁଣ୍ଡ ମସଲା ପକାଇ ଅଳ୍ପ ସମୟ କଷନ୍ତୁ । କଷି ହୋଇଯିବା ପରେ ପାଣି ଦେଇ ସିଝାଇ ନିଅନ୍ତୁ । ସିଝିଗଲା ପରେ ଏଥିରେ କଟା ନଡିଆ ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଏଥିରେ ପଞ୍ଚଫୁଟଣ ଓ ଲଙ୍କା ପକାନ୍ତୁ । ଏହି ଫୁଟଣକୁ ଘାଣ୍ଟର ଉପରେ ଢାଳି ଦିଅନ୍ତୁ । ଏହାପରେ ଶେଷରେ ଗରମ ମସଲା ଓ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ଶାମ୍ବ ଦଶମୀର ଘାଣ୍ଟ ତରକାରୀ ବା ଘଡଘଡିଆ ଘାଣ୍ଟ ।

ସମ୍ବନ୍ଧିତ ଖବର ଆମ ବସ ଧକ୍କାରେ ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

Tags: