ଆସନ୍ତାକାଲି ଶ୍ରୀ ମନ୍ଦିରରେ ଓଢ଼ଣଷଷ୍ଠୀ ପର୍ବ

ପୁରୀ : ଶ୍ରୀ ମନ୍ଦିରରେ ପାଳନ ହେବ ‘ଘୋଡ଼ ଲାଗି’ ନୀତି ହେବ । ଶୀତ ପ୍ରକୋପରୁ ବଞ୍ଚିବାପାଇଁ ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର । ଆସନ୍ତା ୭ ତାରିଖ ଶନିବାର ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳନ ହେବ ଓଢ଼ଣଷଷ୍ଠୀ ପର୍ବ । ଏହି ତିଥିରୁ ଶୀତବସ୍ତ୍ର ପରିଧାନ କରିବେ ବଡ଼ ଦିଅଁ । ଷଷ୍ଠୀରେ ଠାକୁରଙ୍କୁ ଘୋଡ଼ ଲାଗି କରାଯାଏ । ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ଘୋଡ଼ […]

Samaya Live Picture
Published On

ପୁରୀ : ଶ୍ରୀ ମନ୍ଦିରରେ ପାଳନ ହେବ ‘ଘୋଡ଼ ଲାଗି’ ନୀତି ହେବ । ଶୀତ ପ୍ରକୋପରୁ ବଞ୍ଚିବାପାଇଁ ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର । ଆସନ୍ତା ୭ ତାରିଖ ଶନିବାର ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳନ ହେବ ଓଢ଼ଣଷଷ୍ଠୀ ପର୍ବ । ଏହି ତିଥିରୁ ଶୀତବସ୍ତ୍ର ପରିଧାନ କରିବେ ବଡ଼ ଦିଅଁ । ଷଷ୍ଠୀରେ ଠାକୁରଙ୍କୁ ଘୋଡ଼ ଲାଗି କରାଯାଏ । ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ଘୋଡ଼ ଲାଗି ନୀତି ସମ୍ପନ୍ନ ହେବ । ଏଥିସହ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁରୁବାର ମାଜଣା ଓ ଏକାନ୍ତ ନୀତି ଅନୁଷ୍ଠିତ ହୋଇଥିଲା ।

ଓଢ଼ଣଷଷ୍ଠୀ ପର୍ବ ପାଇଁ ଶ୍ରୀମନ୍ଦିରର ଦର୍ଜି ସେବକଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରସ୍ତୁତ ସରିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ଼ ସହ ଘୋଡ଼ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡ଼ିଆ, ଫୁଲଛେଦା ଆଦି ତିଆରି କରାଯାଉଛି । ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଉଛି ।

ଏଥିସହିତ ମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ଗୁଣ୍ଡିଚାମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ସୂର୍ଯ୍ୟଦେବ, ମୁକ୍ତିମଣ୍ଡପ ପାଶ୍ୱର୍ରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀକା ଓ କାକୁଡ଼ିଖାଇ ଠାକୁରାଣୀଙ୍କ ପାଇଁ ମଧ୍ୟ ପୋଷାକ ତିଆରି କରାଯାଏ । ପଞ୍ଚମୀ ରାତିରେ ଚନ୍ଦନଲାଗି ପରେ ତିନି ଠାକୁରଙ୍କ ପାଇଁ ଘୋଡ଼ ୨୧ଟି ସହିତ ବିମଳା, ସରସ୍ୱତୀ, ମହାଲକ୍ଷ୍ମୀ ତଥା ମଦନମୋହନଙ୍କ ଘୋଡ଼ ଅଧିବାସ ହୋଇ ରହିବ ।

Tags: