ପ୍ରକାଶ ପାଇଲା ଓସିଏସ୍‌‌ ପ୍ରିଲିମ୍‌‌ନାରି ପରୀକ୍ଷା ସୂଚୀ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌‌ସି) ପକ୍ଷରୁ ଅକ୍ଟୋବର ୧୫ ତାରିଖରେ ଓଡ଼ିଶା ସଭିଲ୍‌‌ ସର୍ଭିସ୍‌‌ (ଓସିଏସ୍‌‌) ପ୍ରିଲିମ୍‌‌ନାରି ପରୀକ୍ଷା ହେବ। ଏଥିପାଇଁ ୫ଟି ଜୋନ୍‌‌ରେ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ବାଲେଶ୍ୱର ସମେତ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ଜୋନ୍‌‌ରେ ଏହି ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨ଟି ସିଟିଂରେ ପରୀକ୍ଷା କରାଯିବ। ୧୫ ତାରିଖ ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ୧୦୦ ମାର୍କ ବିଶିଷ୍ଟ ଜେନେରାଲ୍‌‌ ଷ୍ଟଡିଜ୍‌‌ […]

Samaya Live Picture
Published On

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌‌ସି) ପକ୍ଷରୁ ଅକ୍ଟୋବର ୧୫ ତାରିଖରେ ଓଡ଼ିଶା ସଭିଲ୍‌‌ ସର୍ଭିସ୍‌‌ (ଓସିଏସ୍‌‌) ପ୍ରିଲିମ୍‌‌ନାରି ପରୀକ୍ଷା ହେବ। ଏଥିପାଇଁ ୫ଟି ଜୋନ୍‌‌ରେ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ବାଲେଶ୍ୱର ସମେତ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ଜୋନ୍‌‌ରେ ଏହି ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨ଟି ସିଟିଂରେ ପରୀକ୍ଷା କରାଯିବ। ୧୫ ତାରିଖ ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ୧୦୦ ମାର୍କ ବିଶିଷ୍ଟ ଜେନେରାଲ୍‌‌ ଷ୍ଟଡିଜ୍‌‌ ପେପର-୧ ପରୀକ୍ଷା କରାଯିବ।

ସେହିପରି ଅପରାହ୍ଣ ୧.୩୦ରୁ ଅପରାହ୍ଣ ୩.୩୦ ପର୍ଯ୍ୟନ୍ତ ୮୦ ମାର୍କ ବିଶିଷ୍ଟ ଜେନେରାଲ୍‌‌ ଷ୍ଟଡିଜ୍‌‌ ପେପର-୨ ପରୀକ୍ଷା କରାଯିବ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଉଭୟ ସିଟିଂରେ ୪୦ ମିନିଟ୍‌‌ ଲେଖାଏଁ ଅଧିକ ସମୟ ଦିଆଯିବ। ପରୀକ୍ଷାର୍ଥୀଙ୍କ ଆଡ୍‌‌ମିଟ୍‌‌ କାର୍ଡ ଓପିଏସ୍‌‌ସି ୱେବ୍‌‌ସାଇଟ୍‌‌ରେ ଖୁବ୍‌‌ଶୀଘ୍ର ଉପଲବ୍ଧ ହେବ ବୋଲି ଓପିଏସ୍‌‌ସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଓସିଏସ୍‌‌-୨୦୨୨ ନିମନ୍ତେ ୨୦୨୨ ଡିସେମ୍ବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ ୬୮୩ ପଦ ପାଇଁ ୨୦୨୩ ଜାନୁଆରୀ ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୬ ତାରିଖରେ ଶେଷ ହୋଇଥିଲା।

Tags: