ସ୍କୁଲ ପିଲାଙ୍କୁ OCAC ପଢାଇବ ସାଇବର ସୁରକ୍ଷା ପାଠ
ଭୁବନେଶ୍ୱର : ସାରା ଦେଶରେ ଦିନକୁ ଦିନ ବଢି ଚାଲିଛି ସାଇବର ଠକେଇ ମାମଲା I ଇଣ୍ଟରନେଟର ବହୁଳ ବ୍ୟବହାର ସାଙ୍ଗକୁ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଉଛି I ଟେକନୋଲୋଜିକୁ ବ୍ୟବହାର କରି ଦୈନନ୍ଦିନ ଜୀବନକୁ ସୁଗମ କରିବା ପରିବର୍ତ୍ତେ ବେଳେ ବେଳେ ଏହା ବିପଦ ବଢ଼ାଉଛି I ତେଣୁ ଏହାକୁ ସଠିକ ବ୍ୟବହାର କରିବା ପାଇଁ ତୃଣମୂଳ ସ୍ତରରୁ ଉଦ୍ୟମ ହେବ ଆବଶ୍ୟକ I ସେଥିପାଇଁ କମିଶନରେଟ ପୋଲିସ ଏକ ନୂଆ ଯୋଜନା ପ୍ରସ୍ତୁତ […]
ଭୁବନେଶ୍ୱର : ସାରା ଦେଶରେ ଦିନକୁ ଦିନ ବଢି ଚାଲିଛି ସାଇବର ଠକେଇ ମାମଲା I ଇଣ୍ଟରନେଟର ବହୁଳ ବ୍ୟବହାର ସାଙ୍ଗକୁ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଉଛି I ଟେକନୋଲୋଜିକୁ ବ୍ୟବହାର କରି ଦୈନନ୍ଦିନ ଜୀବନକୁ ସୁଗମ କରିବା ପରିବର୍ତ୍ତେ ବେଳେ ବେଳେ ଏହା ବିପଦ ବଢ଼ାଉଛି I ତେଣୁ ଏହାକୁ ସଠିକ ବ୍ୟବହାର କରିବା ପାଇଁ ତୃଣମୂଳ ସ୍ତରରୁ ଉଦ୍ୟମ ହେବ ଆବଶ୍ୟକ I ସେଥିପାଇଁ କମିଶନରେଟ ପୋଲିସ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି । ରାଜ୍ୟର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯିବ ।
ସୂଚନା ଅନୁଯାୟୀ, କମିଶନରେଟ ପୋଲିସ ନିକଟରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏଥିପାଇଁ ପୋଲିସ ଭବନଠାରେ ଅନୁଷ୍ଠିତ ଏକ ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଆଇଟି ସଚିବ ମନୋଜ ମିଶ୍ର ଉପସ୍ଥିତ ଥିଲେ । ପିଲାମାନଙ୍କୁ କିପରି ସାଇବର ସୁରକ୍ଷା ନେଇ ସଚେତନ କରାଯିବ, କିପରି ଭିଡିଓ ପ୍ରସାର କରାଯିବ, କିପରି ସୋସିଆଲ ମିଡ଼ିଆରେ ସଚେତନତା ସୃଷ୍ଟି କରାଯିବ, ସାଇବର ନିରାପତ୍ତା ହାକାଥନ, ସେନେଇ ଓକାକ୍ ସାହାଯ୍ୟ କରିବ । ନୂଆ ସାଇବର ବିପଦ ବାବଦରେ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ଖବର ପ୍ରସାରଣ କରାଯିବ । ଏଥିସହିତ ଏହାର ନିରାକରଣ ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ବାବଦରେ ଉକ୍ତ ପୋର୍ଟାଲରେ ତଥ୍ୟ ଉପଲବ୍ଧ ରହିବ ।




