ମେ’ ପହିଲାରୁ ଓବିସି ସର୍ଭେ
ଭୁବନେଶ୍ୱର : ଆସନ୍ତା ମେ’ ୧ରୁ ୨୭ତାରିଖ ପର୍ଯ୍ୟନ୍ତ ପଛୁଆବର୍ଗ(ଓବିସି) ସର୍ଭେ କରିବେ ରାଜ୍ୟ ସରକାର I ମେ’ ୨୦ ତାରିଖରେ ସର୍ଭେ କାମ ସାରିବା ପରେ ମେ’ ୨୧ରୁ ୨୭ ତାରିଖ ଯାଏ ସ୍ପେସାଲ ଡ୍ରାଇଭ ଚାଲିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଏନେଇ ଆଜିଠାରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏଥିପାଇଁ ପ୍ରତି ୱାର୍ଡରେ ଏନୁମରେଟର ସେଣ୍ଟର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ବ୍ଲକ ଓ ପୌରାଞ୍ଚଳସ୍ତରୀୟ ମାଷ୍ଟର ଟ୍ରେନରଙ୍କର ଦୁଇଦିନିଆ […]
ଭୁବନେଶ୍ୱର : ଆସନ୍ତା ମେ’ ୧ରୁ ୨୭ତାରିଖ ପର୍ଯ୍ୟନ୍ତ ପଛୁଆବର୍ଗ(ଓବିସି) ସର୍ଭେ କରିବେ ରାଜ୍ୟ ସରକାର I ମେ’ ୨୦ ତାରିଖରେ ସର୍ଭେ କାମ ସାରିବା ପରେ ମେ’ ୨୧ରୁ ୨୭ ତାରିଖ ଯାଏ ସ୍ପେସାଲ ଡ୍ରାଇଭ ଚାଲିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଏନେଇ ଆଜିଠାରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏଥିପାଇଁ ପ୍ରତି ୱାର୍ଡରେ ଏନୁମରେଟର ସେଣ୍ଟର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ବ୍ଲକ ଓ ପୌରାଞ୍ଚଳସ୍ତରୀୟ ମାଷ୍ଟର ଟ୍ରେନରଙ୍କର ଦୁଇଦିନିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନୁମରେଟର ଓ ସୁପରଭାଇଜରଙ୍କୁ ଏପ୍ରିଲ ୬ରୁ ୧୩ ଓ ୧୮ରୁ ୨୪ ମଧ୍ୟରେ ତାଲିମ୍ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ବିଭାଗୀୟ ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ସ୍ୱାଇଁଙ୍କ ସୂଚନା ମୁତାବକ, ଅନଲାଇନରେ ଜଣେ ବ୍ୟକ୍ତି OSCBC ବା ଓବିସି କମିଶନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ। ଅଫଲାଇନ ସର୍ଭେ ପାଇଁ ଗାଁ ଏବଂ ୱାର୍ଡ଼ରେ ଖୋଲିବ ଏନୁମରେଟର ସେଣ୍ଟର। ଅଙ୍ଗନୱାଡ଼ି କିମ୍ବା ସ୍କୁଲ ଘରେ ଏହି ସେଣ୍ଟର ଖୋଲିବ। ଅଫଲାଇନ ସର୍ଭେରେ ଏନୁମରେଟର ଭାବେ ନିୟୋଜିତ ହେବେ ଅଙ୍ଗନୱାଡ଼ି କର୍ମୀ ଆଉ ଶିକ୍ଷକ। ଆଇସିଡିଏସ୍ ସୁପରଭାଇଜର ପଞ୍ଜୀକରଣ ପାଇଁ ଆଧାର, ଭୋଟର କାର୍ଡ, ପାନ କାର୍ଡ କିମ୍ଭା ପାସପୋର୍ଟକୁ ଦେଖାଇ ପାରିବେ।
ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ କେନ୍ଦ୍ର। ଭୁବନେଶ୍ୱରରେ ମୋଟ ୧୦୧ଟି କେନ୍ଦ୍ରରେ ହେବ ସର୍ଭେକାର୍ଯ୍ୟ। ମୋଟ ୨୦୮ ପ୍ରକାର ବର୍ଗଙ୍କୁ ପଛୁଆ ବର୍ଗ ଭାବେ ସର୍ଭେରେ ସ୍ଥାନ ଦିଆଯିବ। ଅଫଲାଇନ ସର୍ଭେ ପାଇଁ ଆଜି ସହରାଞ୍ଚଳରେ ମାଷ୍ଟର ଟ୍ରେନରଙ୍କ ତାଲିମ ସରିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏମାନେ ଏନୁମରେଟର ଏବଂ ସୁପରଭାଇଜରଙ୍କୁ ୬ରୁ ୧୩ ତାରିଖ ଭିତରେ ପ୍ରଥମ ପର୍ଯ୍ୟାୟ ତାଲିମ ଦେବେ । ଦ୍ୱିତୀୟ ପର୍ୟ୍ୟାୟ ତାଲିମ ୧୮ରୁ ୨୪ ମଧ୍ୟରେ ଦିଆଯିବ।
ଗୋଟାଏ ପଟେ ଓବିସି ସଂରକ୍ଷଣ ନେଇ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ଦୃଷ୍ଟି ଦେଉ ନ ଥିବା ବିଜେପି ଅଭିଯୋଗ କରି ଆନ୍ଦୋଳକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ସର୍ଭେ ଆରମ୍ଭ ହେବା ଚର୍ଚ୍ଚାକୁ ରୂପ ଦେଇଛି। ସେହିପରି ସମାଜବାଦୀ ପାର୍ଟି ରାଜ୍ୟସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତି କରି ଦାବି କରିଛନ୍ତି କି ବାର୍ଦ୍ଧକ୍ୟଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ,ରାସନ ଇତ୍ୟାଦି ନେବାପାଇଁ ସାଧାରଣ ଲୋକ ଆସୁ ନଥିବାବେଳେ ରାଜ୍ୟ ସରକାର ବିହାର ଭଳି ଘର ଘର ବୁଲି ସର୍ବେକ୍ଷଣ କଲେ ସଠିକ ତଥ୍ୟ ମିଳି ପାରିବ I




