ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ। ବିଧାନସଭାରେ ଶପଥ ନେବେ ନବ ନିର୍ବାଚିତ ବିଧାୟକ। ସେମାନଙ୍କୁ ପାଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ। ମଙ୍ଗଳବାର ଦିନ ୧୦ ଟାରୁ ବିଧାନସଭାରେ ଆରମ୍ଭ ହୋଇଛି ଶପଥ ପାଠ । ଏହା ସନ୍ଧ୍ୟା ୫ ତା ପର୍ଯ୍ୟନ୍ତ ଚାଲିବ I ପ୍ରଥମେ […]
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ। ବିଧାନସଭାରେ ଶପଥ ନେବେ ନବ ନିର୍ବାଚିତ ବିଧାୟକ। ସେମାନଙ୍କୁ ପାଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ।
ମଙ୍ଗଳବାର ଦିନ ୧୦ ଟାରୁ ବିଧାନସଭାରେ ଆରମ୍ଭ ହୋଇଛି ଶପଥ ପାଠ । ଏହା ସନ୍ଧ୍ୟା ୫ ତା ପର୍ଯ୍ୟନ୍ତ ଚାଲିବ I ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହାପରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ପ୍ରଭାତି ପରିଡା ମଧ୍ୟ ଶପଥ ନେଇଛନ୍ତି। ମୋହନ ମାଝି ଶପଥ ନେବା ପରେ ନବ ନିର୍ବାଚିତ ବିଧାୟକ ମାନେ ପର୍ଯ୍ୟାୟକ୍ରମେ ଶପଥ ଗ୍ରହଣ କରୁଛନ୍ତି। ହିଞ୍ଜିଳି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ଓ ଆସନ୍ତାକାଲି ଦୁଇ ଦିନ ବିଧାୟକଙ୍କ ମାନେ ଶପଥ ଗ୍ରହଣ କରିବେ।
ସେହିପରି ଆସନ୍ତା ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ ହେବ। ତିନି ଦିନିଆ ଏଥିପାଇଁ ବୁଧୁବାର ଦିନ ନାମାଙ୍କନ ପତ୍ର ଦାଖଲ ହେବ I ବିଜେପିର ବରିଷ୍ଠ ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ଆସନ ମିଳିବା ନେଇ ଚର୍ଚ୍ଚା ହେଉଛି I ଶପଥ ଗ୍ରହଣ ଉତ୍ସବ ପାଇଁ ବିଧାନ ସଭା ପରିସରରେ ୩ ଥାକିଆ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଧାନ ସଭା ସମ୍ମୁଖରେ ପୋଲିସ ଅସ୍ଥାୟୀ କ୍ୟାମ୍ପ ନିର୍ମାଣ କରାଯାଇଛି Iଏଥିପାଇଁ ସତହତି ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ I




