ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର : ଓଡିଶାରୁ ନୂତନ ଭାବରେ ନିର୍ବାଚିତ ୩ ରାଜ୍ୟସଭା ସାଂସଦଙ୍କ ଶପଥ ଗ୍ରହଣ I ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୁରୁବାର ଦିନ ନବ ନିର୍ବାଚିତ ଏହି ତିନିଜଣ ସଦସ୍ୟ ଅଶ୍ୱିନୀ ବୈଷ୍ଣବ, ଦେବଶିଶ ସାମନ୍ତରାୟ ଏବଂ ସୁଭାଶିଷ ଖୁଣ୍ଟିଆଙ୍କୁ ଶପଥ ପାଠ କରାଇଛନ୍ତି । ଚଳିତ ରାଜ୍ୟସଭା ନିର୍ବାଚନ ୨୦୨୪ରେ ଓଡ଼ିଶାରେ ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ୨୦୨୪ ଏପ୍ରିଲରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ଆସନ ପୂରଣ ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ଓଡିଶାରୁ ନୂତନ ଭାବରେ ନିର୍ବାଚିତ ୩ ରାଜ୍ୟସଭା ସାଂସଦଙ୍କ ଶପଥ ଗ୍ରହଣ I ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୁରୁବାର ଦିନ ନବ ନିର୍ବାଚିତ ଏହି ତିନିଜଣ ସଦସ୍ୟ ଅଶ୍ୱିନୀ ବୈଷ୍ଣବ, ଦେବଶିଶ ସାମନ୍ତରାୟ ଏବଂ ସୁଭାଶିଷ ଖୁଣ୍ଟିଆଙ୍କୁ ଶପଥ ପାଠ କରାଇଛନ୍ତି ।

ଚଳିତ ରାଜ୍ୟସଭା ନିର୍ବାଚନ ୨୦୨୪ରେ ଓଡ଼ିଶାରେ ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ୨୦୨୪ ଏପ୍ରିଲରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ଆସନ ପୂରଣ ପାଇଁ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଫେବ୍ରୁଆରୀ ୨୭ତାରିଖରେ ହେବାର ଥିଲା, ଯାହା ଏବେ ପୂରଣ ହୋଇଛି । ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇଥିଲା । ଓଡ଼ିଶାରୁ ୩ଟି ଆସନ ଖାଲି ପଡ଼ିଥିବା ବେଳେ ଏହି ୩ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ ।

ଉଲ୍ଲେଖଯୋଗ୍ୟ, ଅଶ୍ୱିନୀ ବୈଷ୍ଣବ ୨୦୧୯ ରେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଏପ୍ରିଲ ୩ ରେ ଶେଷ ହୋଇଥିଲା।

Tags: