ମହିଳା ଥାନାରେ ହାଜର ହେଲେ ଓଏଏସ ସାର୍ଥକ ସୌରଭ

ଭୁବନେଶ୍ୱର : ସ୍ତ୍ରୀ କୁ ନିର୍ଯାତନା ମାମଲା । ମହିଳା ଥାନାରେ ହାଜର ହେଲେ ଓଏଏସ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର । ସେ ବର୍ତ୍ତମାନ OSDMA ରେ DGM ପଦବୀରେ କାର୍ଯ୍ୟରତ ଅଛନ୍ତି । ଦୁଇ ଦିନ ତଳେ ସାର୍ଥକ ସୌରଭଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ନିଜ ଓକିଲଙ୍କ ସହ ହାଜର ହୋଇଥିଲେ । ଅଭିଯୋଗ ଘଟଣାରେ […]

ମହିଳା ଥାନାରେ ହାଜର ହେଲେ ଓଏଏସ ସାର୍ଥକ ସୌରଭ
Samaya Live Picture
Published On

ଭୁବନେଶ୍ୱର : ସ୍ତ୍ରୀ କୁ ନିର୍ଯାତନା ମାମଲା । ମହିଳା ଥାନାରେ ହାଜର ହେଲେ ଓଏଏସ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର । ସେ ବର୍ତ୍ତମାନ OSDMA ରେ DGM ପଦବୀରେ କାର୍ଯ୍ୟରତ ଅଛନ୍ତି । ଦୁଇ ଦିନ ତଳେ ସାର୍ଥକ ସୌରଭଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ନିଜ ଓକିଲଙ୍କ ସହ ହାଜର ହୋଇଥିଲେ । ଅଭିଯୋଗ ଘଟଣାରେ ତାଙ୍କୁ ପଚରାଉଚରା ଚାଲିଛି । ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ସାର୍ଥକ । ତେବେ ପତ୍ନୀଙ୍କ ଆଡୁ ତାଙ୍କ ନାଁ ରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାର୍ଥକ ସୌରଭ । ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱହୀନତା, ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କରିଛନ୍ତି ପତ୍ନୀ ଅର୍ଚ୍ଚନା ଦାଶ । ପତ୍ନୀଙ୍କ ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି ସାର୍ଥକ ସୌରଭ ।

ସେ କହିଛନ୍ତି ମୋ ଛଡ଼ା ମାଆର କେହି ନାହାନ୍ତି, ମାଆ, ଭଉଣୀଙ୍କୁ ସପୋର୍ଟ ଦରକାର। ପତ୍ନୀ କେବେ ସପୋର୍ଟ ଦେଉ ନଥିଲେ। ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି ସେହିପରି ବ୍ୟବହାର ଦେଖାଉଥିଲେ। ଭାବିଥିଲି, ଛୁଆ ହେଲେ ସବୁ ସ୍ୱାଭାବିକ ହୋଇଯିବ। ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି। ତାଙ୍କ ଘର ପକ୍ଷରୁ କୌଣସି ସହଯୋଗ ମିଳିଲାନି। ତୁମ ଘରେ ରହିଲି ବୋଲି ଛୁଆକୁ କୁପୋଷଣ ହେଲା କହିଲେ ପତ୍ନୀ। ମାଆ ଅସୁସ୍ଥ ହେବାରୁ ହସ୍ପିଟାଲରୁ କିଛି ସମୟ ଘରକୁ ଆସିଥିଲି। ଫେରିବାର ଘଣ୍ଟାଏ ବିଳମ୍ବ ହେବାରୁ ହସ୍ପିଟାଲରେ ତୁମ୍ବିତୋଫାନ କଲେ। ଏହା ପରେ ମୁଁ ଡିଭୋର୍ସ ଫାଇଲ କରିଛି। ଛୁଆକୁ ଏବେ ଯାଏଁ ମୁଁ ଦେଖିନି ଫର୍ମାଲ ସେଟିଂରେ ମୁଁ ଦେଖିବାକୁ ଚାହୁଁଛି କହିଲେ ସାର୍ଥକ ସୌରଭ। ଏହା ସହ କହିଛନ୍ତି ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି। କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି

ଗତକାଲି ପତ୍ନୀ ଅର୍ଚ୍ଚନା ଦାଶଙ୍କ ୧୮୦ ବିଏନ୍‌ଏସ୍‌ରେ ବୟାନ ରେକର୍ଡ କରିଥିଲା ଭୁବନେଶ୍ବର ମହିଳା ଥାନା ପୁଲିସ । ବାହାଘରଠୁ ଆରମ୍ଭ କରି ସନ୍ତାନ ହେବ ପର୍ଯ୍ୟନ୍ତ ଉଭୟଙ୍କ ଭିତରେ କ’ଣ ଘଟିଥିଲା ସେନେଇ ପଚାରି ବୁଝିଥିଲା ପୁଲିସ । ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ପୁଅ ଜନ୍ମ ପରେ ହସ୍ପିଟାଲ ବେଡରେ ସେମାନଙ୍କୁ ଛାଡ଼ି ପଳାଇଥିବା ଅଭିଯୋଗ କରିଥିଲେ ପତ୍ନୀ । ଏନେଇ ସେ ଭୁବନେଶ୍ବର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।

Tags: