ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ

କଟକ : ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ବାବୁ। ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଓଏଏସ ଅଧିକାରୀ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି । ଜଣେ କର୍ମଚାରୀଙ୍କ ରିଲିଜ୍ ଅର୍ଡର ଓ ଏରିୟର କରାଇଦେବାକୁ କହି ଉକ୍ତ କର୍ମଚାରୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତେବେ ଏନେଇ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ବନମାଳୀ […]

ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ
Samaya Live Picture
Published On

କଟକ : ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ବାବୁ। ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଓଏଏସ ଅଧିକାରୀ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି । ଜଣେ କର୍ମଚାରୀଙ୍କ ରିଲିଜ୍ ଅର୍ଡର ଓ ଏରିୟର କରାଇଦେବାକୁ କହି ଉକ୍ତ କର୍ମଚାରୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତେବେ ଏନେଇ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ବନମାଳୀ ବାଲିପଦର ବସ୍‌ ଷ୍ଟପ୍ ଠାରେ କର୍ମଚାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବ ଯୋଜନା ମୁତାବକ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ବନମାଳୀ ଶତପଥୀଙ୍କ ତିନୋଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ତାଙ୍କ ସରକାରୀ ବାସଭବନ ସମେତ କାର୍ଯ୍ୟାଳୟ ଓ କବିସୂର୍ଯ୍ୟନଗରଠାରେ ଥିବା ୨ଟି ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ଜଣେ ଡିଏସପି, ଜଣେ ଇନ୍ସପେକ୍ଟର ଓ ୨ଜଣ ଏଏସଆଇ ସାମିଲ ହୋଇଛନ୍ତି ।

Tags: