ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର
ଭୁବନେଶ୍ୱର : ବିଜେପି ସରକାରର ବର୍ଷ ପୂର୍ତ୍ତି ଉପଲକ୍ଷେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଏଣିକି ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର। ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦେବେ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପାଇଲଟ ପ୍ରୋଜେକ୍ଟ ଭାବରେ ୫ଟି କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି । ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକ […]
ଭୁବନେଶ୍ୱର : ବିଜେପି ସରକାରର ବର୍ଷ ପୂର୍ତ୍ତି ଉପଲକ୍ଷେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଏଣିକି ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର। ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦେବେ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ପାଇଲଟ ପ୍ରୋଜେକ୍ଟ ଭାବରେ ୫ଟି କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି । ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ । ମଧ୍ୟବିତ୍ତଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରସ୍ତୁତ ହେଉଛି ଗାଇଡଲାଇନ । ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଛନ୍ତି। ତେବେ ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି।




