ନର୍ସିଂ ଷ୍ଟାଫଙ୍କ ଡ୍ରେସ କୋଡ଼ ପରିବର୍ତନ,ରହିବ ସମ୍ବଲପୁରୀ ଛିଟ

ଭୁବନେଶ୍ୱର : ନର୍ସିଂ ଷ୍ଟାଫଙ୍କ ଡ୍ରେସ କୋଡ଼ ରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଧଳା ରଙ୍ଗ ପରିବର୍ତ୍ତେ ରହିବ ସମ୍ବଲପୁରୀ ଛିଟ । ଡିଏନଏସ୍, ଏନଏସ୍ ଅଧିକାରୀଙ୍କ ୟୁନିଫର୍ମ କଲାରରେ ସମ୍ବଲପୁରୀ ଡିଜାଇନ୍ ରହିବ । ସେହିଭଳି ଓଭରକୋଟରେ ସମ୍ବଲପୁରୀ ଛିଟ ଦେଖିବାକୁ ମିଳିବ । ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରିଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି । ଏନେଇ ସହମତି ପ୍ରଦାନ କରିଛିରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ […]

Samaya Live Picture
Published On

ଭୁବନେଶ୍ୱର : ନର୍ସିଂ ଷ୍ଟାଫଙ୍କ ଡ୍ରେସ କୋଡ଼ ରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଧଳା ରଙ୍ଗ ପରିବର୍ତ୍ତେ ରହିବ ସମ୍ବଲପୁରୀ ଛିଟ । ଡିଏନଏସ୍, ଏନଏସ୍ ଅଧିକାରୀଙ୍କ ୟୁନିଫର୍ମ କଲାରରେ ସମ୍ବଲପୁରୀ ଡିଜାଇନ୍ ରହିବ । ସେହିଭଳି ଓଭରକୋଟରେ ସମ୍ବଲପୁରୀ ଛିଟ ଦେଖିବାକୁ ମିଳିବ । ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରିଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି । ଏନେଇ ସହମତି ପ୍ରଦାନ କରିଛିରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ।

ନିଷ୍ପତି ଅନୁଯାୟୀ ବରିଷ୍ଠ ନର୍ସିଂ ଅଧିକାରୀ ଈଷତ୍‌ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ। ସେହିପରି ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ସିଆନ ବ୍ଲୁ ରଙ୍ଗର ପୋଷାକ ହେବ। ଏହାବ୍ୟତୀତ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଓ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ଧଳା ରଙ୍ଗର ପୋଷାକ କରାଯିବ। ଜେନେରାଲ ଓ୍ବାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ ପିନ୍ଧିବେ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ପୂର୍ବରୁ ପୁରଷ ନର୍ସିଂ ଅଫିସରଙ୍କ ପାଇଁ କୌଣସି ଡ୍ରେସ୍ କୋଡ୍ ନଥିଲା । ଏବେ ସେମାନଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ କରାଯାଇଛି । ପୁରୁଷ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ଜାକେଟ୍‌ର କଲାରରେ ରହିବ ସମ୍ବଲପୁରୀ ଛିଟ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।

Tags: