ଧାରଣାରେ ନର୍ସିଂ ଅଫିସର ,ବିପର୍ଯ୍ୟସ୍ତ ରୋଗୀ ସେବା
ଭୁବନେଶ୍ୱର : ଶୁକ୍ରବାର ଠାରୁ ରାଜ୍ୟବ୍ୟାପୀ ସିରିଂଜ ଛାଡ଼ ଆନ୍ଦୋଳନ କରିଛନ୍ତି ନର୍ସିଂ ଅଫିସର । ସରକାର ଏସମା ଲାଗୁ କରିବା ସତ୍ତ୍ୱେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ନର୍ସିଂ ସଂଘ । ଗତ ୨୫ ତାରିଖ ଠାରୁ ରାଜ୍ୟବ୍ୟାପି ସରକାରୀ ମେଡ଼ିକାଲ୍ ଗୁଡ଼ିକ ଆଗରେ ୨୫ ହଜାର ନର୍ସିଂ ଅଫିସର ଧାରଣା ଦେଇ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି । ତେବେ ପ୍ରଥମ ୨ ଦିନ ଗୁରୁତ୍ତ୍ୱପୂର୍ଣ୍ଣ ସେବା ଯୋଗାଇ ଦେଇଥିଲେ […]
ଭୁବନେଶ୍ୱର : ଶୁକ୍ରବାର ଠାରୁ ରାଜ୍ୟବ୍ୟାପୀ ସିରିଂଜ ଛାଡ଼ ଆନ୍ଦୋଳନ କରିଛନ୍ତି ନର୍ସିଂ ଅଫିସର । ସରକାର ଏସମା ଲାଗୁ କରିବା ସତ୍ତ୍ୱେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ନର୍ସିଂ ସଂଘ । ଗତ ୨୫ ତାରିଖ ଠାରୁ ରାଜ୍ୟବ୍ୟାପି ସରକାରୀ ମେଡ଼ିକାଲ୍ ଗୁଡ଼ିକ ଆଗରେ ୨୫ ହଜାର ନର୍ସିଂ ଅଫିସର ଧାରଣା ଦେଇ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି । ତେବେ ପ୍ରଥମ ୨ ଦିନ ଗୁରୁତ୍ତ୍ୱପୂର୍ଣ୍ଣ ସେବା ଯୋଗାଇ ଦେଇଥିଲେ ମଧ୍ୟ ଶୁକ୍ରବାର ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ ଚଳାଇଛନ୍ତି । ଏପଟେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ଗୁରୁତର ଭାବେ ପ୍ରଭାବିତ ହୋଇଛି ସ୍ୱାସ୍ଥ୍ୟସେବା । ରାଜ୍ୟର ସମସ୍ତ ମେଡିକାଲ କଲେଜ ହସପିଟାଲ୍ ଓ ଜିଲ୍ଲା ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି ।
୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଦରମା ସହ ମିଶାଇ ପଦୋନ୍ନତି, ଆର୍ଥିକ ସୁବିଧା ପ୍ରଦାନ କରିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ କୋର୍ଡ ପରିବର୍ତ୍ତନ ଆଦି ୧୦ ଦଫା ଦାବି ନେଇ ସଂଘ ଆନ୍ଦୋଳନ ଚଳାଇଛି ।
ବିଭିନ୍ନ ସରକାରୀ ମେଡ଼ିକାଲ୍ ଗୁଡ଼ିକରେ ଆବଶ୍ୟକୀୟ ରୋଗୀସେବା ନପାଇ ରୋଗୀ ଓ ସଂପର୍କୀୟ ହନ୍ତସନ୍ତ ହେଉଛନ୍ତି । ଏପଟେ ଦାବି ଉପରେ ବିଚାର ବିମର୍ଷ ଜାରି ରହିଥିବା କହିବା ସହ ଆନ୍ଦୋଳନରୁ ଓହରିବାକୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଆନ୍ଦୋଳନରେ ଲଗାମ୍ ଲଗାଇବାକୁ ପ୍ରଥମେ ଏସମା ଲାଗୁ କରିଥିଲେ ରାଜ୍ୟ ସରକାର । ଏହାସତ୍ତ୍ୱେ ସଂଘ ଆନ୍ଦୋଳନ ଜାରି ରଖିବାରୁ ଗତକାଲି ଆନ୍ତଃ ବିଭାଗୀୟ କମିଟି ଦ୍ୱାରା ଦାବିର ବିଚାର କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ ରାଜ୍ୟ ସରକାର । ତଥାପି ଜିଦରେ ଅଟଳ ନର୍ସିଂ ଅଫିସର ।




