ନର୍ସିଂ ଆନ୍ଦୋଳନ ଜାରି ,କାଲିଠାରୁ ଜରୁରୀକାଳୀନ ସେବା ବନ୍ଦ
ଭୁବନେଶ୍ୱର : ଜିଦ ରେ ଅଟଳ ନର୍ସିଂ ଅଫିସର । ରାଜ୍ୟ ସରକାରଙ୍କ ଆଲୋଚନା ବିଫଳ ପରେ ଜାରି ରହିଛି ଆନ୍ଦୋଳନ । ଏସମା ଲାଗୁ ସତ୍ବେ ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି। ବୁଧବାରଠୁ ଅଣଜରୁରିକାଳୀନ ସେବା ନର୍ସ ବନ୍ଦ କରିଦେଇଛନ୍ତି । ଦାବି ପୂରଣ ନହେଲେ ୨୭ ତାରିଖ ଅର୍ଥାତ୍ ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ନର୍ସିଂ ସଂଘ । ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ବେ […]
ଭୁବନେଶ୍ୱର : ଜିଦ ରେ ଅଟଳ ନର୍ସିଂ ଅଫିସର । ରାଜ୍ୟ ସରକାରଙ୍କ ଆଲୋଚନା ବିଫଳ ପରେ ଜାରି ରହିଛି ଆନ୍ଦୋଳନ । ଏସମା ଲାଗୁ ସତ୍ବେ ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି। ବୁଧବାରଠୁ ଅଣଜରୁରିକାଳୀନ ସେବା ନର୍ସ ବନ୍ଦ କରିଦେଇଛନ୍ତି । ଦାବି ପୂରଣ ନହେଲେ ୨୭ ତାରିଖ ଅର୍ଥାତ୍ ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ନର୍ସିଂ ସଂଘ । ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ବେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ନିଜ ଜିଦରେ ଅଟଳ ରହିଛି।
ସଂଘ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରାୟ ୧୫୦୦୦ ନର୍ସିଂ ଅଧିକାରୀ ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ହେଲେ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ କରାଯାଉନାହିଁ। ୧୦ ଦଫା ଦାବି ନେଇ ନର୍ସିଂ ଅଧିକାରୀ ସଂଘ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଇଛନ୍ତି। ଗତମାସରେ ଦାବି ପୂରଣ ପାଇଁ ସଂଘ ଆନ୍ଦୋଳନ କରିଥିଲା ଏବଂ ସେବା ପ୍ରଭାବିତ ହେବାରୁ ସରକାର ଆଲୋଚନାକୁ ଡାକିଥିଲେ। ଗତ ୨୫ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ମନ୍ତ୍ରୀ ସଂଘକୁ ମାସେ ମହଲତ ଦେଇଥିଲେ ଏବଂ ମାସେ ମଧ୍ୟରେ ଦାବି ପୂରଣ ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ସରକାର କୌଣସି ପଦେକ୍ଷପ ଗ୍ରହଣ କରିଲେ ନାହିଁ କିମ୍ବା ସଂଘକୁ ଜଣାଇଲେ ନାହିଁ। ତେଣୁ ବାଧ୍ୟ ହୋଇ ନର୍ସିଂ କର୍ମଚାରୀ ମାନେ ଏଭଳି ନିଷ୍ପତ୍ତି ନେଇଥିଲେ।




