କ୍ୟାପିଟାଲ ହସ୍ପିଟାଲରେ ବଢିବ ICU ବେଡ଼ ସଂଖ୍ୟା
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ରେ ବଢିବ ଆଇସିୟୁ ବେଡ଼ ସଂଖ୍ୟା I ବର୍ତ୍ତମାନ ମେଡିକାଲରେ ୧୬ ଟି ଆଇସିୟୁ ବେଡ଼ ରହିଛି । ଏହା ୪୦ କୁ ବୃଦ୍ଧି କରାଯିବ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏ ସଂକ୍ରାନ୍ତରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହିପରି କ୍ୟାପିଟାଲ ହସ୍ପିଟାଲକୁ ପ୍ରତି ମାସରେ ୧୪୩୨ ଡାଏଲୋସିସ କେସ […]
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ରେ ବଢିବ ଆଇସିୟୁ ବେଡ଼ ସଂଖ୍ୟା I ବର୍ତ୍ତମାନ ମେଡିକାଲରେ ୧୬ ଟି ଆଇସିୟୁ ବେଡ଼ ରହିଛି । ଏହା ୪୦ କୁ ବୃଦ୍ଧି କରାଯିବ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏ ସଂକ୍ରାନ୍ତରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହିପରି କ୍ୟାପିଟାଲ ହସ୍ପିଟାଲକୁ ପ୍ରତି ମାସରେ ୧୪୩୨ ଡାଏଲୋସିସ କେସ ଆସୁଛି, ଯାହାକୁ ତିନୋଟି ସିଟିଂରେ କରାଯାଉଛି । ତେବେ ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଡାଏଲୋସିସ ସିଟିଂକୁ ୩ରୁ ବଢାଇ ଚାରି କରାଯିବ ବୋଲି କହିଛନ୍ତି ସାଂସଦ । ଏହି ସବୁ କାମକୁ ଖୁବ ଶୀଘ୍ର କରାଯିବ ।




