ଓଡ଼ିଶାରେ ଖୋଲିବ ଏନଏସଡି

ଭୁବନେଶ୍ୱର : ଭୁବନେଶ୍ୱରରେ ଖୋଲିବା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) । ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ସିନେମା ଓ ଅଭିନୟ କ୍ଷେତ୍ରରେ ପେସାଦାରଙ୍କ ସୃଷ୍ଟି ପାଇଁ ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍କୁଲ୍‍ ଅଫ୍‍ ଡ୍ରାମାର ଏକ ଶାଖା ଓଡ଼ିଶାରେ ଖୋଲିବ। ଆସନ୍ତା ୨୫ ତାରିଖରୁ ନାମ ଲେଖା ହେବ ଏବଂ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେ ଖୋଲିବା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) । ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ସିନେମା ଓ ଅଭିନୟ କ୍ଷେତ୍ରରେ ପେସାଦାରଙ୍କ ସୃଷ୍ଟି ପାଇଁ ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍କୁଲ୍‍ ଅଫ୍‍ ଡ୍ରାମାର ଏକ ଶାଖା ଓଡ଼ିଶାରେ ଖୋଲିବ। ଆସନ୍ତା ୨୫ ତାରିଖରୁ ନାମ ଲେଖା ହେବ ଏବଂ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ଆଞ୍ଚଳିକ ଶାଖା ଅସ୍ଥାୟୀ ଭାବେ ଜୟଦେବ ବିହାରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ପରିଚାଳିତ ହେବ । ମୋଟ ତିନୋଟି ପାଠ୍ୟକ୍ରମ ଏଥିଲାଗି ସ୍ଥିର କରାଯାଇଛି । ଅଭିନୟ ଲିଖନ, ନିର୍ଦ୍ଦେଶନା ଏବଂ ଡିଜାଇନ୍‍ ପାଠ୍ୟକ୍ରମରେ ଏଠାରେ ଶିକ୍ଷା ପ୍ରଦାନ କରାଯିବ । ଓଡ଼ିଶାରେ ଏନଏସଡି ପ୍ରତିଷ୍ଠା ହେଲେ ନିଚ୍ଛକ ଓଡ଼ିଆ ନାଟକ ପ୍ରଦର୍ଶନ ଏବଂ ପ୍ରଚାର, ପ୍ରସାର ଓ ସମ୍ପ୍ରସାରଣ କ୍ଷେତୟରେ ମଧ୍ୟ ସୁଯୋଗ ସୃଷ୍ଟି କରିବ ।

ଏ ସମ୍ପର୍କରେ ସୂଚନା ଦେଇ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଏହା ଏକ ଗର୍ବର ବିଷୟ । କଳା ପ୍ରତି ଆଗ୍ରହୀ ଥିବା ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିବ Iଏଠାରୁ ଉଚ୍ଚକୋଟିୀର ଶିକ୍ଷା ସହ ଓଡ଼ିଆ ସାହିତ୍ୟ, ସଂସ୍କୃତିର ବିକାଶରେ ସହାୟକ ହୋଇପାରିବ । ଓଡ଼ିଶାରେ ଏଭଳି ଅଭିନୟ ଓ ଥିଏଟର ଶିକ୍ଷା ଲାଗି କୌଣସି ପ୍ରଫେସନାଲ୍‍ ଅନୁଷ୍ଠାନ ନଥିଲା। କିନ୍ତୁ ଏଠାରୁ ପାସ୍‍ କରିଥିବା ଓଡ଼ିଆ କଳାକାର ବିଜୟ ମହାନ୍ତି, ଅଜିତ ଦାସ, ସୂର୍ଯ୍ୟ ମିଶ୍ର ପ୍ରମୁଖ ବିଶେଷ ସୁନାମ ଅର୍ଜନ କରିଛନ୍ତି। ଏବେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ ଏନ୍‍ଏସ୍‍ଡିର ନିର୍ଦ୍ଦେଶକ ରହିଛନ୍ତି। ତାଙ୍କରି ଉଦ୍ୟମରେ ଓଡ଼ିଶାରେ ଶାଖା ପ୍ରତିଷ୍ଠା ଲାଗି ସୁଯୋଗ ସୃଷ୍ଟି ହୋଇଛି । ଅପରପକ୍ଷେ ଚଣ୍ଡୀଗଡ଼, ବାରାଣସୀ ଏବଂ ଗାଙ୍ଗଟକଠାରେ ପୂର୍ବରୁଏନ୍‍ଏସ୍‍ଡିର ଶାଖା ପରିଚାଳିତ ହେଉଛି।

Tags: