ଏଣିକି ବସରେ ପ୍ରଥମେ ମହିଳା,ଜାରି ହେଲା ନିର୍ଦେଶନାମା

ଭୁବନେଶ୍ୱର : ଏଣିକି ଯେକୌଣସି ଯାତ୍ରୀବାହୀ ଗାଡ଼ିରେ ”ଲେଡ଼ିଜ ଫାଷ୍ଟ” I ଗାଡ଼ିରେ ପ୍ରଥମେ ମହିଳା ଯାତ୍ରୀଙ୍କ ଚଢି ବାକୁ ରୋକି ପାରିବେ ନାହିଁ କର୍ମଚାରୀ I ଯଦି ଏଭଳି ଯେ କୌଣସି ଯାତ୍ରୀବାହୀ ଗାଡ଼ିରେ ମହିଳାଙ୍କୁ ବାରଣ କରାଯାଏ ତେବେ ସେମାନଙ୍କ ବିରୋଧରେ ନିଆ ଯିବ କଠୋର କାର୍ଯ୍ୟାନୁଷ୍ଠାନ I ଶୁକ୍ରବାର ଏହି ମର୍ମରେ ରାଜ୍ୟ ପ୍ରାଧିକରଣ (ଏସଟିଏ) ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଛି I ନିର୍ଦେଶନାମା ଅନୁସାରେ ‘ମହିଳା ଯାତ୍ରୀଙ୍କୁ ଗାଡ଼ିରେ ପ୍ରଥମେ […]

Samaya Live Picture
Published On

ଭୁବନେଶ୍ୱର : ଏଣିକି ଯେକୌଣସି ଯାତ୍ରୀବାହୀ ଗାଡ଼ିରେ ”ଲେଡ଼ିଜ ଫାଷ୍ଟ” I ଗାଡ଼ିରେ ପ୍ରଥମେ ମହିଳା ଯାତ୍ରୀଙ୍କ ଚଢି ବାକୁ ରୋକି ପାରିବେ ନାହିଁ କର୍ମଚାରୀ I ଯଦି ଏଭଳି ଯେ କୌଣସି ଯାତ୍ରୀବାହୀ ଗାଡ଼ିରେ ମହିଳାଙ୍କୁ ବାରଣ କରାଯାଏ ତେବେ ସେମାନଙ୍କ ବିରୋଧରେ ନିଆ ଯିବ କଠୋର କାର୍ଯ୍ୟାନୁଷ୍ଠାନ I ଶୁକ୍ରବାର ଏହି ମର୍ମରେ ରାଜ୍ୟ ପ୍ରାଧିକରଣ (ଏସଟିଏ) ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଛି I ନିର୍ଦେଶନାମା ଅନୁସାରେ ‘ମହିଳା ଯାତ୍ରୀଙ୍କୁ ଗାଡ଼ିରେ ପ୍ରଥମେ ଚଢ଼ିବାକୁ ବାରଣ କରୁଥିବା ଗାଡି ଗୁଡିକୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯିବ I ଏ ସଂକ୍ରାନ୍ତରେ ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟ (ଆରଟିଓ) କୁ ଏସଟିଏ ପକ୍ଷରୁ ନିର୍ଦେଶନାମା ଦିଆ ଯାଇଛି I ଏ ଭଳି ଅନ୍ଧବିଶ୍ୱାସ ଜନିତ ପାତର ଅନ୍ତରକୁ ଦମନ ପାଇଁ ସମସ୍ତ ଯାତ୍ରୀବାହୀ ଗାଡି ଗୁଡିକୁ ନିୟମିତ ଯାଞ୍ଚ ପାଇଁ କୁହାଯାଇଛି I

ସୂଚନାନୁସାରେ,ଭୁବନେଶ୍ବର ରାମଜୀନଗର ଅଞ୍ଚଳର ଘାସିରାମ ପଣ୍ଡା ମହିଳାମାନଙ୍କୁ ପ୍ରଥମ ଯାତ୍ରୀ ଭାବେ ବସ୍ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନଥିବା ଘଟଣାକୁ ନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପରିବହନ କମିସନର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଜଣେ ସଚେତନ ନାଗରିକଙ୍କ ପିଟିସନ୍ ବା ଅଭିଯୋଗ ଆଜି ସମଗ୍ର ରାଜ୍ୟରେ ମହିଳା ଯାତ୍ରୀମାନଙ୍କ ସମ୍ମାନ କ୍ଷେତ୍ର‌ରେ ଏକ ବଡ ସଂସ୍କାର ଆଣିଛି। ପିଟିସନକୁ ଆଧାର କରି ମହିଳା ଯାତ୍ରୀଙ୍କ ପାଇଁ ଆଜି ରାଜ୍ୟ ପରିବହନ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। ଫଳରେ ପୂର୍ବରୁ ମହିଳାଯାତ୍ରୀଙ୍କୁ ପ୍ରଥମେ ବସ୍ ଭିତରକୁ ନ ଯିବା ପାଇଁ ‌ଯେଉଁ ଅନ୍ଧ ବିଶ୍ବାସ ବା ଭ୍ରାନ୍ତଧାରଣା ଥିଲା ‌ସେଥିରେ ସଂସ୍କାର ଆସିଛି।

Tags: