ଏଣିକି ଓଡ଼ିଆରେ ଦେଇହେବ ଓଏଏସ୍‌ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୧୬ ରେ ହେବାକୁଥିବା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୨୧ର ପ୍ରିଲିମିନାରୀ ପରୀକ୍ଷା ଓଡ଼ିଆରେ ଦେଇହେବ I ଏଥର ପ୍ରଶ୍ନ ଇଂରାଜୀ ସହ ଓଡ଼ିଆରେ ବି ଆସିବ I ପ୍ରିଲିମି ଇଣ୍ଟରଭିୟୁ ମଧ୍ୟ ଓଡ଼ିଆରେ ହେବ I ତେବେ ଛାତ୍ରଛାତ୍ରୀ ଚାହିଁଲେ ନିଜ ଭାଷା ବ୍ୟତୀତ ଅନ୍ୟ ବିଷୟକୁ ଇଛାଧିନ ଭାବରେ ନେଇପାରିବେ I ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସ୍‌ସିକୁ ଚିଠି ଦିଆଯାଇଛି । ପୂର୍ବରୁ ମଧ୍ୟ ଓଡ଼ିଆରେ ଓଏଏସ ପରୀକ୍ଷା […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୧୬ ରେ ହେବାକୁଥିବା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୨୧ର ପ୍ରିଲିମିନାରୀ ପରୀକ୍ଷା ଓଡ଼ିଆରେ ଦେଇହେବ I ଏଥର ପ୍ରଶ୍ନ ଇଂରାଜୀ ସହ ଓଡ଼ିଆରେ ବି ଆସିବ I ପ୍ରିଲିମି ଇଣ୍ଟରଭିୟୁ ମଧ୍ୟ ଓଡ଼ିଆରେ ହେବ I ତେବେ ଛାତ୍ରଛାତ୍ରୀ ଚାହିଁଲେ ନିଜ ଭାଷା ବ୍ୟତୀତ ଅନ୍ୟ ବିଷୟକୁ ଇଛାଧିନ ଭାବରେ ନେଇପାରିବେ I ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସ୍‌ସିକୁ ଚିଠି ଦିଆଯାଇଛି ।

ପୂର୍ବରୁ ମଧ୍ୟ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସଂସ୍ଥାର ଉପାଧ୍ୟକ୍ଷା ସିପ୍ରା ମଲ୍ଲିକ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହେଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁନଥିଲା ।

ସେହି ଅନୁସାରେ ଆସନ୍ତା ଅକ୍ଟୋବର ୧୬ରେ ହେବାକୁ ଥିବା ପରୀକ୍ଷା ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ଆଦି ୫ଟି ଜୋନ୍‌ରେ ହେବ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପ୍ରତି ସିଟିଂରେ ଅଧିକ ୪୦ ମିନିଟ୍‌ ସମୟ ଦିଆଯିବ। ଆଡମିସନ ସାର୍ଟିଫିକେଟ୍‌ ଏବଂ ‘ଇନଷ୍ଟ୍ରକସନ୍‌ ଟୁ କ୍ୟାଣ୍ଡିଡେଟ୍‌ସ’ ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ବୋଲି ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି